Categories: ଜାତୀୟ

ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ଜାପାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୩: ଭାରତ-ଜାପାନ ବାର୍ଷିକ ଶିଖର ସମ୍ମଳନୀରେ ଯୋଗ ଦେବା ପାଇଁ ଶନିବାର ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା।

ଏହି ଅବସରରେ ଜାପାନ ପ୍ରଧାନମନ୍ତ୍ରୀ କିଶିଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଦୁଇ ନେତାଙ୍କ ମଧ୍ୟରେ ଏହା ହେବ ପ୍ରଥମ ଶିଖର ବୈଠକ। ଏହି ସଂକ୍ରାନ୍ତରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଣାଳୟ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। କୋଭିଡ୍‌-୧୯ ମହାମାରୀ ଯୋଗୁ ୨୦୨୦ ଏବଂ ୨୦୨୧ ଶିଖର ବୈଠକ ଆୟୋଜନ ହୋଇପାରି ନ ଥିଲା।

Share