ନୂଆଦିଲ୍ଲୀ,୧୦।୯: ଜି୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ପତ୍ନୀ ୟୁକୋ କିଶିଦାଙ୍କ ସହ ଭାରତରେ ଆସିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା। ଶନିବାର ଭାରତ ମଣ୍ଡପମ୍ରେ ଜି୨୦ ନେତାଙ୍କ ଲାଗି ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ନୈଶ ଭୋଜିର ଆୟୋଜନ କରିଥିଲେ। ଏହି ରାତ୍ରିଭୋଜନରେ ଯୋଗ ଦେବା ଲାଗି ଜାପାନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ୟୁକୋ ଭାରତୀୟ ପୋଷାକକୁ ପିନ୍ଧିବାର ବିକଳ୍ପକୁ ବାଛିଥିଲେ।
ଜାପାନର ପ୍ରଥମ ମହିଳାଙ୍କୁ ଭାରତର ପାରମ୍ପରିକ ସିଲ୍କ ଶାଢ଼ିରେ ଦେଖିବାକୁ ମିଳିଥିଲା। ନୀଳ ରଙ୍ଗ ଶାଢ଼ି ପିନ୍ଧି ସେ ପୁରା ଭାରତୀୟ ଭଳି ଲାଗୁଥିଲେ। ଏବେ ତାଙ୍କର ଏହି ଫଟୋ ଭାଇରାଲ ହେଉଛି। ଲୋକେ ତାଙ୍କୁ ବହୁତ ପ୍ରଶଂସା କରୁଥିବା ଦେଖାଯାଉଛି।