ଉତ୍ତର କୋରିଆ ଲଞ୍ଚ କଲା ସନ୍ଦିଗ୍ଧ ବାଲେଷ୍ଟିକ ମିଶାଇଲ, ଜାପାନ ପିଏମଓର ଦାବି

ଟୋକିଓ,୨୫।୭: ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ସୋମବାର ଏକ ଟୁଇଟ କରି କହିଛି ଯେ ଉତ୍ତର କୋରିଆ ଏକ ସନ୍ଦିଗ୍ଧ ବାଲେଷ୍ଟିକ ମିଶାଇଲ ଲଞ୍ଚ କରିଛି। ଏହାକୁ ନେଇ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଅଧିକାରୀମାନଙ୍କୁ ପର୍ଯ୍ୟାପ୍ତ ସୂଚନା ସଂଗ୍ରହ କରିବାକୁ, ବିଶ୍ଳେଷଣ କରିବାକୁ ଏବଂ ତାଙ୍କ ସହ ସେୟାର କରିବାକୁ ଚେଷ୍ଟା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିମାନ, ଜାହାଜ ଏବଂ ଅନ୍ୟାନ୍ୟ ସମ୍ପତ୍ତିର ସୁରକ୍ଷାକୁ କର୍ତ୍ତୃପକ୍ଷ ନିଶ୍ଚିତ କରିବା ଉଚିତ ବୋଲି ସେ କହିଛନ୍ତି।
ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତି ସମେତ ସମସ୍ତ ସତର୍କତାମୂଳକ ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତର କୋରିଆ ଏକ ସନ୍ଦିଗ୍ଧ ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଛି ବୋଲି ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ଟୁଇଟରେ କହିଛି।
ଅନ୍ୟ ଏକ ଟୁଇଟରେ ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି, ତଥ୍ୟ ସଂଗ୍ରହ ତଥା ବିଶ୍ଳେଷଣ କରିବା ତଥା ଜନସାଧାରଣଙ୍କୁ ତୁରନ୍ତ ତଥା ପର୍ଯ୍ୟାପ୍ତ ସୂଚନା ପ୍ରଦାନ କରିବା ପାଇଁ ସର୍ବାଧିକ ଉଦ୍ୟମ କର। ବିମାନ, ଜାହାଜ ଏବଂ ଅନ୍ୟାନ୍ୟ ସମ୍ପତ୍ତିର ସୁରକ୍ଷା ନିଶ୍ଚିତ କର। ଜରୁରୀକାଳୀନ ପ୍ରସ୍ତୁତି ସମେତ ସତର୍କତା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କର।

Share