ଶାରିରୀକ ସମ୍ପର୍କ ରଖିବା ପାଇଁ ବଢିଲା ବୟସ ସୀମା

ଟୋକିଓ,୧୬।୬: ଜାପାନର ଯୌନ ଅପରାଧ ଆଇନ୍‌ରେ ଏକ ବଡ ପରିବର୍ତ୍ତନ କରାଯାଇଛି। ନୂଆ ନିୟମ ଅନୁଯାୟୀ, ବିନା ଅନୁମତିରେ ଶାରୀରିକ ସମ୍ପର୍କକୁ ବଳାତ୍କାର ବୋଲି ଧରାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଜବରଦସ୍ତି କରିବାକୁ ବଳାତ୍କାର ଭାବରେ ଦେଖାଯାଉଥିଲା। ଏହାଯୋଗୁ ବହୁ ବଳତ୍କାରୀ ଆଇନ ହାତମୁଠାରୁ ଖସି ଯାଉଥିଲେ। ତେବେ ଏହାକୁ ପରିବର୍ତ୍ତନ କରାଯାଇଛି। ଆଇନଗତ ଭାବେ ଯୌନ ସମ୍ପର୍କ ରଖିବା ପାଇଁ ସହମତି ଆବଶ୍ୟକ ବୋଲି କୁହାଯାଇଛି। ଏଥିସହ ଯୌନ ସମ୍ପର୍କ ସ୍ଥାପନ ପାଇଁ ମହିଳାଙ୍କ ବୟସ ୧୩ରୁ ୧୬ ବର୍ଷକୁ ବୃଦ୍ଧି କରାଯାଇଛି।

ଶୁକ୍ରବାର ଜାପାନ ସଂସଦରେ ଏହି ନୂଆ ଆଇନ ପାରିତ ହୋଇଛି। ଏଥିରେ ୮ଟି ସର୍ତ୍ତ ଅନ୍ତର୍ଭୂକ୍ତ କରାଯାଇଛି। ଦୀର୍ଘ ୧୧୬ ବର୍ଷ ପରେ ଜାପାନରେ ପ୍ରଥମ ଥର ପାଇଁ ସହମତିର ବୟସ ପରିବର୍ତ୍ତନ କରାଯାଇଛି। ୧୯୦୭ରେ ଯେତେବେଳେ ଏହି ଆଇନ ପ୍ରଣୟନ ହୋଇଥିଲା ତେବେ ସେଠାରେ ସହମତିର ବୟସ ୧୩ ବର୍ଷ ଥିଲା।

ବଳାତ୍କାର ଅଭିଯୋଗ ଦାଖଲ କରିବାର ସମୟ ବ୍ୟବଧାନ ମଧ୍ୟ ୧୦ ରୁ ୧୫ ବର୍ଷକୁ ବୃଦ୍ଧି କରାଯାଇଛି। ଅର୍ଥାତ ବଳତ୍କାରର ୧୫ ବର୍ଷ ପରେ ମଧ୍ୟ ପୀଡିତା ଅଭିଯୋଗ କରିପାରିବେ। ଏହା ସହିତ ଫଟୋ ଭାଇରାଲ ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି।
ନୂଆ ନିୟମ ଅନୁଯାୟୀ, ୧୩ରୁ ୧୫ବର୍ଷ ବୟସର ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଅପରାଧ ବୋଲି ଧରାଯିବ। ଯଦି ଅଭିଯୁକ୍ତ ପୀଡିତାଙ୍କଠାରୁ ଅତି କମରେ ୫ ବର୍ଷ ବଡ ହୋଇଥିବେ।

Share