ଇତିହାସକୁ ଭୁଲି ଜାପାନ-ଦକ୍ଷିଣ କୋରିଆ ସୁରକ୍ଷା ସମ୍ପର୍କ ସୁଧାରିବାକୁ ହେଲେ ସହମତ

ଟୋକିଓ,୧୮ ।୩: ଜାପାନ ଓ ଦକ୍ଷିଣ କୋରିଆ ମଧ୍ୟରେ ଦୀର୍ଘଦିନ ପରେ ଶିଖର ସମ୍ମିଳନୀ ଅବସରରେ ଉଭୟ ଦେଶ ମଧ୍ୟରେ ନିୟମିତ ଗସ୍ତ ଆରମ୍ଭ କରିବାକୁ ଏବଂ ବାଣିଜ୍ୟ ବିବାଦର ସମାଧାନ ପାଇଁ ପଦକ୍ଷେପ ନେବାକୁ ସହମତ ହୋଇଛନ୍ତି । ଦୀର୍ଘଦିନ ଧରି ଚାଲି ଆସୁଥିବା ଶତ୍ରୁତାକୁ ଦୂର କରିବାକୁ ଚେଷ୍ଟା କରୁଥିବାରୁ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଏହାକୁ ଦୁଇ ଦେଶ ମଧ୍ୟରେ ସୁରକ୍ଷା ଏବଂ ଅର୍ଥନୈତିକ ସମ୍ପର୍କକୁ ପୁନଃ ନିର୍ମାଣ କରିବାରେ ଏକ ପ୍ରମୁଖ ପଦକ୍ଷେପ ବୋଲି କହିଛନ୍ତି ।
ଏହି ସମ୍ମିଳନୀରେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଏବଂ ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୋନ ସୁକ ୟୋଲ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ କରିବାକୁ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଦୁଇ ନେତା ସେମାନଙ୍କ ସୁରକ୍ଷା ସମ୍ପର୍କକୁ ନବିକରଣ କରିଥିଲେ । ୟୁନ ଓ କିଶିଦା କହିଛନ୍ତି, ଦୁଇ ଦେଶ ଚାଇନା ସହିତ ତ୍ରିପାକ୍ଷିକ ଯୋଗାଯୋଗ ପ୍ରକ୍ରିୟା ଆରମ୍ଭ କରିବାକୁ ସହମତ ହୋଇଛନ୍ତି ।

Share