ଆମେରିକା, ଜାପାନ, ଦକ୍ଷିଣ କୋରିଆ କଲେ ନୌସେନା ଅଭ୍ୟାସ

ଟୋକିଓ,୧୬।୭: ଉତ୍ତର କୋରିଆ ପକ୍ଷରୁ ଅର୍ନ୍ତମହାଦ୍ୱିପୀୟ ବାଲେଷ୍ଟିକ ମିଶାଇଲ(ଆଇସିବିଏମ)ର ଉତକ୍ଷେପଣ ପରେ ଜାପାନ, ଦକ୍ଷିଣ କୋରିଆ ଓ ଆମେରିକା ରବିବାର ଜାପାନ ସାଗରରେ ମିଳିତ ନୌସେନା ମିଶାଇଲ ପ୍ରତିରକ୍ଷା ଅଭ୍ୟାସ କରିଛନ୍ତି। ଜାପାନି ମିଡିଆ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୟୋନହାପ ସମାଚାର ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଏହି ଦୁର୍ଲଭ ମିଳିତ ପ୍ରତିରକ୍ଷା ଅଭ୍ୟାସ ଅନ୍ତରାଷ୍ଟ୍ରୀୟ ଜଳ କ୍ଷେତ୍ରରେ ଆୟୋଜିତ କରାଯାଇଛି। ୩ ଦେଶ ଚଳିତ ବର୍ଷ ପ୍ୟୋଙ୍ଗୟାଂଗରେ ଲଗାତାର ଉତ୍ତେଜନା ମଧ୍ୟରେ ସୁରକ୍ଷା ସମନ୍ବୟକୁ ମଜଭୁତ କରି ଚାଲିଛନ୍ତି। ଗତ ବୁଧବାର ନର୍ଥ କୋରିଆ ପକ୍ଷରୁ ଝ୍ବାସୋଂଗ-୧୮ ଠୋସ ଇନ୍ଧନ ଆଇସିବିଏମର ଉତକ୍ଷେପଣ କରାଯାଇଥିବା ଖବର ଆସିଥିଲା।

ଦକ୍ଷିଣ କୋରିଆର ନୌସେନା ଏକ ବିବୃତ୍ତିରେ କହିଛି ଯେ ରବିବାରର ଏହି ଅଭ୍ୟାସ ଅନ୍ତର୍ଜାତୀୟ ଜଳରେ କରାଯାଇଥିଲା ଏବଂ ଏହି ତିନି ଦେଶରୁ ଏଜିସ ବିଧ୍ୱଂସକଙ୍କୁ ସାମିଲ କରାଯାଇଥିଲା। ଏହି ଏକ୍ସରସାଇଜରେ କମ୍ପ୍ୟୁଟର-ସିମୁଲେଟେଡ ବାଲିଷ୍ଟିକ ମିଶାଇଲ ଲକ୍ଷ୍ୟ ସହିତ ପ୍ରଯୁଜ୍ୟ ସୂଚନା ଚିହ୍ନଟ, ଟ୍ରାକିଂ ଏବଂ ବାଣ୍ଟିବା ଅଭ୍ୟାସ ଉପରେ ଧ୍ୟାନ ଦିଆଯାଇଥିଲା। ଏହି ସମୟରେ, ସାମୁଦ୍ରିକ ଆତ୍ମରକ୍ଷା ବାହିନୀ ଏକ ପୃଥକ ବିବୃତ୍ତିରେ କହିଛି ଯେ ଜାପାନକୁ ଘେରି ରହିଥିବା ସୁରକ୍ଷା ବିପଦ ପରିବେଶ ମଧ୍ୟରେ ଆଞ୍ଚଳିକ ସୁରକ୍ଷା ଚ୍ୟାଲେଞ୍ଚର ମୁକାବିଲା ପାଇଁ ତ୍ରିପାକ୍ଷିକ ସହଯୋଗକୁ ପ୍ରୋତ୍ସାହିତ କରିବା।

Share