ଏଣିକି ଡାକ୍ତରଙ୍କ ବିନା ପ୍ରେସକ୍ରିପଶନରେ ବିକ୍ରି ହୋଇପାରିବ ଗର୍ଭ ନିରୋଧକ ବଟିକା

ଟୋକିଓ,୨୭।୬: ଡାକ୍ତରଙ୍କ ବିନା ପ୍ରେସକ୍ରିପଶନରେ ଗର୍ଭ ନିରୋଧକ ବଟିକା ବିକ୍ରି ହୋଇପାରିବ। ଏନେଇ ଜାପାନର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଜାପାନରେ ଜରୁରୀକାଳୀନ ଗର୍ଭନିରୋଧକ ଔଷଧ ବିଷୟରେ ଅନେକ ବର୍ଷ ଧରି ଚର୍ଚ୍ଚା ଚାଲିଥିଲା।

ମନ୍ତ୍ରଣାଳୟ ‘ମର୍ନିଂ ଆଫଟର ପିଲ୍ସ’କୁ ଜରୁରୀକାଳୀନ ଗର୍ଭ ନିରୋଧକ ବଟିକାକୁ ଅନୁମୋଦନ କରିଛି। ଏହି ଔଷଧ ମାର୍ଚ୍ଚ ମାସରେ ଉପଲବ୍ଧ ହେବ। ବର୍ତ୍ତମାନ ଏହି ବଟିକା ସମ୍ବନ୍ଧରେ କଡା ନିୟମ ରହିଛି। ଜଣେ ମହିଳା, ଏପରିକି ବଳାତ୍କାରର ଶିକାର ହୋଇଥିବା ପୀଡିତା, ଯଦି ସେ ଗର୍ଭ ନିରୋଧକ ବଟିକା କିଣିବାକୁ ଚାହାଁନ୍ତି ତେବେ ଡାକ୍ତରଙ୍କ ପ୍ରେସକ୍ରିପଶନ ଦେଖାଇବା ଆବଶ୍ୟକ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏକ ଅନୁସନ୍ଧାନ ଅନୁଯାୟୀ, ୯୦ରୁ ଅଧିକ ଦେଶରେ ବିନା ପ୍ରେସକ୍ରିପଶନରେ ଗର୍ଭ ନିରୋଧକ ବଟିକା ବିକ୍ରି ହେଉଛି। ଏଥି ସହିତ, ଦେଶ ତଥା ବିଦେଶରେ କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଜରୁରୀକାଳୀନ ଗର୍ଭ ନିରୋଧକ ବଟିକା ୮୦ ପ୍ରତିଶତରୁ ଅଧିକ ପ୍ରଭାବଶାଳୀ ଅଟେ।

Share