ଚାଇନାର ବିସ୍ତାରବାଦୀ ନୀତିକୁ ବାଧା ଦେବ ଜାପାନ: ମୁତୟନ କରିବ ଏଫ୍‌-୩୫-ବି ଯୁଦ୍ଧ ବିମାନ

ଟୋକିଓ,୬।୪: ପୂର୍ବ ଚାଇନା ସାଗରରେ ଥିବା ଦ୍ୱୀପ ସମୁହକୁ ନେଇ ବିବାଦ ଦେଖାଦେଇଛି। ନିଜର ବିସ୍ତାରବାଦୀ ନୀତି ପ୍ରୟୋଗ କରି ଏସବୁ ଦ୍ୱୀପ ଉପରେ ଚାଇନା ଅଧିକାର ସାବ୍ୟସ୍ତ କରିବାକୁ ଚାହୁଁଛି। ତେବେ ଜାପାନ ଏଥିରେ ବାଧା ଦେବାକୁ ଯୋଜନା କରିଛି। ୨୦୨୪ ସୁଦ୍ଧା ଜାପାନ ଏହି ଅଞ୍ଚଳରେ ତୀକ୍ଷ୍‌ଣ ନଜର ରଖିବା ପାଇଁ ଏଫ୍‌-୩୫-ବି ଯୁଦ୍ଧ ବିମାନ ମୁତୟନ କରିବ। ଜାପାନର ୟୁମୋରି ଖବର କାଗଜରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି। ଏହି ବିମାନକୁ ଦକ୍ଷିଣ ମିୟାଜାକି ପ୍ରଦେଶର ଏୟାର ସେଲ୍ଫ ଡିଫେନ୍ସ୍‌ ଫୋର୍ସର ନାୟୁଟାବାରୁ ଏୟାର ବେସ୍‌ ଦ୍ୱାରା ପରିଚାଳନା କରାଯିବ। ଆମେରିକା ଜାପାନକୁ ୬୩ ଟି ଏଫ୍‌-୩୫-ଏ ଯୁଦ୍ଧ ବିମାନ ଏବଂ ୪୨ଟି ଏଫ୍‌-୩୫-ବି ଯୁଦ୍ଧ ବିମାନ ବିକ୍ରି କରିବା ଲାଗି ଗତବର୍ଷ ଚୁକ୍ତି ସ୍ବାକ୍ଷର କରିଥିଲା।

Share