Categories: ଜାତୀୟ

ଭାରତକୁ ୩୦୦ ବିଲିୟନ୍‌ ୟେନ୍‌ ଋଣ ଦେବ ଜାପାନ…

ନୂଆଦିଲ୍ଲୀ, ୧୯।୩ : ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଏକ ଶିଖର ବୈଠକ ଅନୁଷ୍ଠିତ ହୋଇଯାଇଛି। ଦ୍ୱିପାକ୍ଷିକ ବୁଝାମଣା ଅନ୍ତର୍ଗତ ଜାପାନ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ୩.୧୮ ଲକ୍ଷ କୋଟି (୪୨ବିଲିୟନ ଡ଼ଲାର) ପୁଞ୍ଜି ବିନିଯୋଗ କରିବା ସହିତ ୩୦୦ ବିଲିୟନ୍‌୍‌ ୟେନ୍‌ ଋଣ ଯୋଗାଇ ଦେବ l

ସେହିପରି ଶକ୍ତି କ୍ଷେତ୍ର ଏବଂ କାର୍ବନ ନିର୍ଗମନ ହ୍ରାସରେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ। ଭାରତରେ ପ୍ରତ୍ୟକ୍ଷ ନିବେଶ ବୃଦ୍ଧି କରାଯିବ। ଏହା ସହିତ ଜାପାନର ବଡ଼ ବଡ଼ କମ୍ପାନୀଗୁଡ଼ିକୁ ଭାରତରେ ନେଟ୍‌ଓ୍ବର୍କ ସମ୍ପ୍ରସାରଣର ସୁଯୋଗ ମଧ୍ୟ ମିଳିବ।
ଉଭୟ ଦେଶ ମଧ୍ୟରେ ଅର୍ଥନୈତିକ ଏବଂ ସାଂସ୍କୃତିକ ସହଯୋଗ ବୃଦ୍ଧି ଲାଗି ଦୁଇନେତାଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି।

Share