ଜାପାନ ପୁଣି ଛାଡିବ ଫୁକୁଶିମା ଆଣବିକ କାରଖାନା ବର୍ଜ୍ୟ ଜଳ: ଚାଇନା ସମେତ ଅନ୍ୟ ପଡୋଶୀ ଜଣାଇଲେ ଆପତ୍ତି…

ଟୋକିଓ,୩୦।୯ : ଜାପାନ ପୁଣି ଥରେ ରେଡିଓଆକ୍ଟିଭ ଜଳ ସମୁଦ୍ରକୁ ଛାଡ଼ିବାକୁ କରିବାକୁ ଯାଉଛି। ଯେଉଁଥିପାଇଁ ଚାଇନା ସମେତ ଅନେକ ପଡୋଶୀ ଦେଶ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କିନ୍ତୁ ଜାପାନ ଦାବି କରିଛି ଏହି ଜଳ ସଂପୂର୍ଣ୍ଣ ପରିଷ୍କାର ଏବଂ ଏଥିରୁ ରେଡିଓଆକ୍ଟିଭ ଉପାଦାନଗୁଡିକ ବାହାର କରାଯାଇଛି। ଯେଉଁଥିପାଇଁ କୌଣସି ପ୍ରାଣୀଙ୍କର କିଛି କ୍ଷତି ହେବ ନାହିଁ।

ବାସ୍ତବରେ, ଆସନ୍ତା ସପ୍ତାହରୁ ଜାପାନ ଫୁକୁଶିମା ଆଣବିକ କାରଖାନାରୁ ରେଡିଓଆକ୍ଟିଭ ପଦାର୍ଥ ସହିତ ମିଶ୍ରିତ ଜଳକୁ ସମୁଦ୍ରକୁ ଛାଡ଼ିବ। ଜାପାନ ଦ୍ୱିତୀୟ ଥର ପାଇଁ ଏହି ପ୍ରକାର ଜଳକୁ ସମୁଦ୍ରକୁ ଛାଡିବାକୁ ଯାଉଛି। ଏହାପୂର୍ବରୁ, ଅଗଷ୍ଟ ୨୪ ରେ, ସମୁଦ୍ରରେ ୭୮୦୦ ଟନ ପାଣି ଜାପାନ ଢାଳି ସାରିଛି। ଅକ୍ଟୋବର ୫ରେ ଦ୍ୱିତୀୟ ବ୍ୟାଚ ଜଳ ସମୁଦ୍ରକୁ ଛାଡି ଦିଆଯିବ। ଟୋକିଓ ଇଲେକ୍ଟ୍ରିକ ପାୱାର୍‌ କମ୍ପାନୀ ଏ ବିଷୟରେ ସୂଚନା ଦେଇଛି ।

ଯେତେବେଳେ ଜାପାନ ଅଗଷ୍ଟରେ ପ୍ରଥମ ଥର ପାଇଁ ରେଡିଓଆକ୍ଟିଭ ବର୍ଜ୍ୟ ଜଳ ସମୁଦ୍ରକୁ ଛାଡ଼ିଥିଲା। ଏନେଇ ଚାଇନା ଅସନ୍ତୋଷ ପ୍ରକାଶ କରିଥିଲା। ଯେଉଁଥିପାଇଁ ଚାଇନା ଜାପାନରୁ ସମସ୍ତ ସାମୁଦ୍ରିକ ଖାଦ୍ୟ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲା। ତେବେ ସେପ୍ଟେମ୍ବର ୧୧ରୁ ଏହି ପ୍ରତିବନ୍ଧକ ହଟାଯାଇଥିଲା। ବର୍ତ୍ତମାନ ରୁଷିଆ ମଧ୍ୟ ଜାପାନର ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚିନ୍ତା କରୁଛି ।

୨୦୧୧ରେ ଜାପାନରେ ଆସିଥିବା ସୁନାମି ଯୋଗୁ ଜାପାନର ଫୁକୁଶିମା ପାୱାର ପ୍ଲାଣ୍ଟରେ ବିସ୍ଫୋରଣ ଘଟି ସେଠାରେ ବ୍ୟାପକ ଧ୍ୱଂସ ଘଟିଥିଲା। ସୁନାମି ଯୋଗୁଁ ପରମାଣୁ ରିଆକ୍ଟରର କୁଲିଂ ସିଷ୍ଟମ ନଷ୍ଟ ହୋଇଯାଇଥିଲା, ଯେଉଁଥିପାଇଁ ତିନୋଟି ରିଆକ୍ଟର ତରଳି ଯାଇଥିଲା। ତରଳାଯାଇଥିବା ରିଆକ୍ଟରକୁ ଥଣ୍ଡା କରିବା ପାଇଁ ଏପର୍ଯ୍ୟନ୍ତ ସମୁଦାୟ ୧୩ ଲକ୍ଷ ୪୦ହଜାର ଟନ ଜଳ ବ୍ୟବହାର କରାଯାଇଛି। ଏହାକୁ ବ୍ୟବହାର କରିବା ପରେ ଏହି ଜଳକୁ ସମୁଦ୍ରକୁ ଛାଡିବା ମହଙ୍ଗା ପଡିପାରେ। କାରଣ ରିଆକ୍ଟର ସଂସ୍ପର୍ଶରେ ଆସିବା ପରେ ପାଣିରେ ରେଡିଓଆକ୍ଟିଭ ଉପାଦାନଗୁଡିକ ଦ୍ରବୀଭୂତ ହୋଇଥାଏ ଯାହା ମଣିଷର ବହୁତ ବଡ କ୍ଷତି କରିପାରେ।

ଦ୍ୱିତୀୟ ଥର ଏହି ଜଳକୁ ସମୁଦ୍ରକୁ ଛାଡିବା ବିଷୟରେ ଜାପାନ ଯୁକ୍ତି ବାଢ଼ିଛି ସମୁଦ୍ରକୁ ଛଡା ଯିବାକୁଥିବା ଜଳ ସବୁ କ୍ଷେତ୍ରରେ ନିରାପଦ ଅଟେ, କାରଣ ଜଳରୁ ରେଡିଓଆକ୍ଟିଭ ଉପାଦାନଗୁଡିକ ଫିଲ୍ଟର୍‌ କରାଯାଇଛି। ଯାହା ପରେ ସାମୁଦ୍ରିକ ଜୀବନ ସହିତ ମାନବ ସ୍ବାସ୍ଥ୍ୟ ପାଇଁ କୌଣସି ବିପଦ ନାହିଁ। ଜାପାନର ଦାବି ଉପରେ ମଧ୍ୟ ପ୍ରଶ୍ନ ଉଠିଛି ଯେ ଯେତେ ଜଳ ବିଶୁଦ୍ଧ ହେଉନା କାହିଁକି, ଏଥିରୁ ଟ୍ରାଇଟିୟମ ଉପାଦାନ ଫିଲ୍ଟର୍‌ କରିବା ଅସମ୍ଭବ। ଯେଉଁଥିପାଇଁ ଅନେକ ଦେଶ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। କିନ୍ତୁ ଜାପାନ ମଧ୍ୟ ଏହା ଉପରେ ଯୁକ୍ତି କରୁଛି ଏବଂ କହିଛି ପାଣିରେ କମ ପରିମାଣର ଟ୍ରାଇଟିୟମ କୌଣସି କ୍ଷତି କରିବ ନାହିଁ।

 

Share