ଥରିଲା ଜାପାନ

ଟୋକିଓ,୧୧ା୬: ରବିବାର ଅପରାହ୍ନରେ ଜାପାନରେ ଭୂକମ୍ପ ଅନୁଭୂତ ହୋଇଛି। ଏଠାରେ ଥିବା ହୋକାଇଡୋରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୨ ମାପ କରାଯାଇଥିବା ଜାପାନ ପାଣିପାଗ ବିଭାଗ ସୂଚନାରୁ ପ୍ରକାଶ।

ଭୂକମ୍ପର କେନ୍ଦ୍ରସ୍ଥଳ ଉରାକାଓ୍ବା ସହର ଉପକୂଳରେ ଥିଲା। ଏହି ଭୂକମ୍ପ ହେତୁ କୌଣସି ସୁନାମି ଚେତାବନୀ ଦିଆଯାଇ ନ ଥିବା ପାଣିପାଗ ବିଭାଗ କହିଛି। କିନ୍ତୁ ଏହା ଏକ ଶକ୍ତିଶାଳୀ ଭୂକମ୍ପ। ବର୍ତ୍ତମାନ ଏହି ଭୂକମ୍ପ ଯୋଗୁ ଧନଜୀବନ ନଷ୍ଟ ହେବାର କୌଣସି ଖବର ହସ୍ତଗତ ହୋଇନାହିଁ।

Share