ଦାରିଙ୍ଗବାଡ଼ିରେ ଲାଗିବ ଜାପାନ ଚେରି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ା୭: ରାଜ୍ୟରେ ୫ କୋଟି ଗଛ ଲାଗିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ବୃକ୍ଷରୋପଣରେ ଓଡ଼ିଶା ଦେଶରେ ଏକ ନମ୍ବର ହେବ। ‘ଏକ୍‌ ପେଡ୍‌ ମାଆ କେ ନାମ୍‌’ କାର୍ଯ୍ୟକ୍ରମରେ ୧ ଲକ୍ଷ ୪୫ ହଜାର ଗଛ ଲାଗିଛି। ଓଡ଼ିଶା ଦେଶରେ ୧ ନଂ ହୋଇଥିବା ବେଳେ ୪୮ ହଜାର ଗଛ ଲଗାଇ କେରଳ ଦ୍ୱିତୀୟ ସ୍ଥାନରେ ରହିଛି।

ରାଜ୍ୟରେ ୫ କୋଟି ଗଛ ଲାଗିବାକୁ ଥିବା ବେଳେ ସରକାର ୨.୨୦ କୋଟି ଗଛ ଲଗାଇବେ। ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସଂଗଠନ ଜରିଆରେ  ୨.୮୦ କୋଟି ଗଛ ଲଗାଯିବ। ଏଥିସହିତ ଜାପାନରେ ଦେଖାଯାଉଥିବା ଚେରି ବ୍ଲଜମ ଟ୍ରି ଦାରିଙ୍ଗବାଡ଼ିରେ ବି ଲଗାଯିବ।