Posted inଫୁରସତ

ଓଜନ କମାଇବାର ଜାପାନୀ ଫର୍ମୁଲା: ଏହି ଜାଦୁଗରୀ ଅଭ୍ୟାସରେ ତୁରନ୍ତ ହ୍ରାସ ପାଇବ ଓଜନ

ବିଶ୍ୱର ସୁସ୍ଥ ଦେଶ ମାନଙ୍କ ମଧ୍ୟରେ ଜାପାନ ବହୁତ ଆଗରେ ରହିଥାଏ। ଏଠାକାର ଲୋକେ ପତଳା ହେବା ସହିତ ବହୁତ ପରିଶ୍ରମୀ ମଧ୍ୟ। ତେବେ ଆସନ୍ତୁ ଜାଣିବା ଜାପାନୀ ଲୋକଙ୍କର ଖାଇବା ପିଇବା ଅଭ୍ୟାସ ସମ୍ପର୍କରେ, ଯାହାକୁ ଆପଣାଇ ଆପଣ ମଧ୍ୟ ନିଜର ଓଜନ ହ୍ରାସ କରିପାରିବେ।

ଜାପାନିଜ ଖାଇବା ଅଭ୍ୟାସ, ଯାହାକୁ ଗ୍ରହଣ କରି ଆପଣ ଶୀଘ୍ର ଓଜନ ହ୍ରାସ କରିପାରିବେ, ତାହା ହେଉଛି ‘ହାରା ହାଚି ବୁ’। ଏହା କେବଳ ଓଜନ ହ୍ରାସ କରିବାରେ ନୁହେଁ ବରଂ ଆପଣଙ୍କର ସାମଗ୍ରିକ ସ୍ୱାସ୍ଥ୍ୟ ବଜାୟ ରଖିବାରେ ମଧ୍ୟ ଲାଭଦାୟକ ଅଟେ।

‘ହାରା ହାଚି ବୁ’ର ଅର୍ଥ ହେଉଛି ‘ ସେ ପର୍ଯ୍ୟନ୍ତ ଖାଆନ୍ତୁ ଯେ, ପର୍ଯ୍ୟନ୍ତ ଆପଣଙ୍କ ପେଟ 80% ଭରି ନ ଯାଇଛି। ଏହା ଏକ ସରଳ ଉପାୟ, ଯାହା ଖାଦ୍ୟ ସହିତ ମଣିଷର ଏକ ସନ୍ତୁଳିତ ସମ୍ପର୍କ ସୃଷ୍ଟି କରେ। ଏହି ଅଭ୍ୟାସ ଆପଣଙ୍କୁ ବୁଝିବାରେ ସାହାଯ୍ୟ କରିବ ଆପଣଙ୍କୁ କେତେବେଳେ ଭୋକ ଲାଗୁଛି ଏବଂ କେତେବେଳେ ପେଟ ଭରି ରହିଛି।

‘ହାରା ହାଚି ବୁ’ ଅଭ୍ୟାସ ଆପଣଙ୍କ କ୍ୟାଲୋରୀ ଗ୍ରହଣକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏଥିରେ ପେଟ ପୁରିବା ପୂର୍ବରୁ ଖାଇବା ବନ୍ଦ କରିବାକୁ ପଡେ। ଏପରି ପରିସ୍ଥିତିରେ ଆପଣଙ୍କୁ ସ୍ୱାଭାବିକ ଭାବରେ କମ୍ କ୍ୟାଲୋରୀ ଖାଆନ୍ତି, ଯାହା ଓଜନ ହ୍ରାସ କରିପାରେ।

‘ହାରା ହାଚି ବୁ’ ଆପଣଙ୍କୁ ଖାଦ୍ୟର ସ୍ୱାଦ ଚାଖିବାକୁ ଏବଂ ଆପଣ ଶରୀରର ସଂକେତ ପ୍ରତି ଧ୍ୟାନ ଦେବାକୁ ଉତ୍ସାହିତ କରେ, ଯାହାଦ୍ୱାରା ମନଶାନ୍ତି କରି ଖାଇବା ଖାଆନ୍ତି। ଏହା ଆପଣଙ୍କ ପାଛନକ୍ରିୟାର ଉନ୍ନତି କରିଥାଏ ଏବଂ ଏହା ସଠିକ କାର୍ଯ୍ୟ କରିଥାଏ। ଫଳରେ ଆପଣଙ୍କ ବଦହଜମି ଭଳି ସମସ୍ୟାର ଆଶଙ୍କା କମିଯାଇଥାଏ।

ଅର୍ଥାତ ଏହା ଆପଣଙ୍କୁ ଏକ ସୁସ୍ଥ ଜୀବନ ସହିତ ନିଜର ଓଜନ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଫଳରେ ଆପଣଙ୍କୁ ମଧୁମେହ, ହୃଦରୋଗ ଏବଂ କେତେକ ପ୍ରକାର କର୍କଟ ଭଳି ଜଟିଳ ରୋଗର ଆଶଙ୍କା ହ୍ରାସ ପାଇଥାଏ।
‘ହାରା ହାଚି ବୁ’ ଏକ ସୁସ୍ଥ ଜୀବନଶୈଳୀ ଅଟେ, ଯାହାକୁ ଆପଣ ଦୈନିକ ଅଭ୍ୟାସରେ ସାମିଲ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ ମନ୍ଦିରକୁ ଏକାଠି ଯିବା ମନା

ମନ୍ଦିର ହେଉଛି ଏକ ଧାର୍ମିକ ଅନୁଷ୍ଠାନ। ଏଠାରେ ପୂଜାପାଠ କଲେ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ସେଥିପାଇଁ ଆମ ଦେଶରେ ପ୍ରତି...

ଡ୍ରୋନ୍‌ ଆଣିଲା ବରଣମାଳା

ନୂଆଦିଲ୍ଲୀ: ସାଧାରଣତଃ ବିବାହରେ ବରଣମାଳା ପିନ୍ଧାଇବାର ଏକ ସ୍ବତନ୍ତ୍ର ନୀତି ରହିଥାଏ। ଏବେକାର ବିବାହରେ ରୀତିନୀତିକୁ କମ୍‌ ଗୁରୁତ୍ୱ ଦିଆଯାଇ ସୋସିଆଲ ମିଡିଆରେ ବ୍ୟାପକ ପ୍ରଚାର...

ସବୁଠୁ ଛୋଟ ଛେଳି: ସବୁଠୁ ଛୋଟ ଛେଳି: ଉଚ୍ଚତା ଜାଣିଲେ …

ଥିରୁଭାନନ୍ତପୁରମ:କେରଳର ପିଟର ଲେନୁ ନାମକ ଜଣେ କୃଷକ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କର କରୁମ୍ବୀ ନାମକ ଏକ ପୋଷା ଛେଳି ଗିନିଜ୍‌ ୱାଲର୍‌ଡ ରେକର୍ଡ (ଜିଡବ୍ଲ୍ୟୁଆର୍‌)ରେ...

ବାହାରୁ ମାଟି ଘର, ଭିତରେ ୫ ତାରକା ହୋଟେଲ ଭଳି ଦୃଶ୍ୟ; ଭାଇରାଲ Video ଦେଖିଲେ ଉଡିଯିବ ହୋସ

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ବିଶ୍ୱାସ କରିବା କଷ୍ଟକର ମନେ ହୋଇଥାଏ। ଏହି କ୍ରମରେ ଏବେ ଏକ...

ନୂଆ ଗର୍ଭନିରୋଧକ ଇଞ୍ଜେକ୍ସନ ପ୍ରସ୍ତୁତ କଲେ ବୈଜ୍ଞାନିକ: ସହଜରେ ଏଡ଼ାଇପାରିବେ ଗର୍ଭଧାରଣ

ନୂଆଦିଲ୍ଲୀ,୨୫।୩: ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (MIT)ର ବୈଜ୍ଞାନିକମାନେ ଏକ ନୂତନ ପ୍ରକାର ଇଞ୍ଜେକ୍ସନ ପ୍ରସ୍ତୁତ କରିଛନ୍ତି। ଏହାଦ୍ୱାରା ବିନା ଚିକିତ୍ସା ପ୍ରକ୍ରିୟା ଏବଂ ଔଷଧ...

ପାଣି ବିନା ସାରା ଜୀବନ ବଞ୍ଚିପାରିବ ଏହି ପ୍ରାଣୀ: କେବେ ଶୁଣି ନ ଥିବେ ନାଁ

ଦୁନିଆରେ ବହୁତ ପ୍ରକାରର ପ୍ରାଣୀ ବାସ କରନ୍ତି। ପ୍ରତ୍ୟେକ ପ୍ରାଣୀର ନିଜସ୍ବ ବିଶେଷ ଗୁଣ ଅଛି। କିଛି ପ୍ରାଣୀ ଅଛନ୍ତି, ଯେଉଁମାନେ ପାଣି ନ ପିଇ...

ସ୍କେଟିଂ କରୁଛି ବୁଲ୍‌ଡଗ୍‌

କିଛି ପେଟ୍‌ ଅଜବ ଟ୍ରିକ୍‌ସବୁ କରି ଭାଇରାଲ ହେଉଥିବା ସୋସିଆଲ ମିଡିଆରେ ଦେଖିଥିବେ। ସେମାନଙ୍କର ସେହି ଟ୍ରିକ୍‌ସବୁ ଦେଖି ଆଶ୍ଚର୍ଯ୍ୟ ଲାଗେ ଯେ, ଆମେ ମଣିଷ...

ମଶାଠୁ ରକ୍ଷା କରିବ କଙ୍କି ପେଣ୍ଡାଣ୍ଟ

ଏହି କଙ୍କିକୁ ଦେଖି ଇଛା ହେଉଛି କି ପିଲାଦିନେ ଯେମିତି ଲୁଚି ଲୁଚି ଧରୁଥିଲେ ସେମିତି ଧରିବାକୁ? ତେବେ ପ୍ରକୃତ କଥା ହେଉଛି ଏହା କଙ୍କି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image