Categories: ଖେଳ

ହୃଦୟ ଜିତିଲେ ଜାପାନ ପ୍ରଶଂସକ

କାତାର,୨୪।୧୧: ଫିଫା ବିଶ୍ୱକପ ୨୦୨୨ ଜାପାନ ଜର୍ମାନୀ ବିରୋଧରେ ଏକ ଐତିହାସିକ ବିଜୟ ହାସଲ କରିଛି। ଏହି ମ୍ୟାଚରେ ପ୍ରଥମେ ଜାପାନର ଖେଳାଳିମାନେ ନିଜ ଖେଳ ସହିତ ଜଲଓ୍ବା ଦେଖାଇଥିବାବେଳେ, ତା’ପରେ ଜାପାନୀ ପ୍ରଶଂସକମାନେ ଭଲ କାର୍ଯ୍ୟ କରି ସମସ୍ତଙ୍କ ହୃଦୟ ଜିତିଥିଲେ। ମ୍ୟାଚ ଶେଷ ହେବା ପରେ ଉଭୟ ଦେଶର ପ୍ରଶଂସକ ଷ୍ଟାଡିୟମ ଛାଡିଥିଲେ, କିନ୍ତୁ ଜାପାନର କିଛି ପ୍ରଶଂସକ ଷ୍ଟାଡିୟମରୁ ଅଳିଆ ଗୋଟାଇ ନିଜ ବ୍ୟାଗ୍‌ରେ ଭର୍ତ୍ତି କରିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସମସ୍ତେ ଜାପାନ ପ୍ରଶଂସକଙ୍କୁ ପ୍ରଶଂସା କରୁଛନ୍ତି।
ଏଥି ସହିତ ଜାପାନର ଖେଳାଳିମାନେ ମଧ୍ୟ ସେମାନଙ୍କ ଡ୍ରେସିଂ ରୁମକୁ ସମ୍ପୂର୍ଣ୍ଣ ସଫା କରିଥିଲେ। ଫିଫା ଏହାର ଫଟୋ ନିଜ ଟୁଇଟର୍‌ରେ ଶେୟାର କରି କହିଛି, ଜାପାନର ଖେଳାଳିମାନେ ସେମାନଙ୍କ ଡ୍ରେସିଂ ରୁମକୁ ସମ୍ପୂର୍ଣ୍ଣ ପରିଷ୍କାର କରିଛନ୍ତି।

 

Share