ନିଜକୁ କୁକୁର ବେଶରେ ସଜାଇବା ପାଇଁ ୨୨ହଜାର ଡଲାର ଖର୍ଚ୍ଚ କଲେ ଜାପାନୀ ବ୍ୟକ୍ତି

ଟୋକିଓ,୧।୮: ଜାପାନରୁ ଏକ ଅଜବ ଟ୍ରେଣ୍ଡ ଦେଖିବାକୁ ମିଳିଛି। ଲୋକେ ଏଠି କୁକୁର ପୋଷାକ ପିନ୍ଧି ନିଜକୁ କୁକୁର ବେଶରେ ସଜାଉଛନ୍ତି। ସୋମାବର ଏକ ବ୍ୟକ୍ତି ୧୪ହଜାର ଡଲାର ଖର୍ଚ୍ଚ କରି କୁକୁର ବେଶ ହୋଇଥିଲେ। ସେହିପରି ଆଉ ଜଣେ ବ୍ୟକ୍ତି ୨୨ ହଜାର ଡଲାର ଖର୍ଚ୍ଚ କରି ଅବିକଳ କୁକୁର ବେଶ ଧାରଣ କରିଛନ୍ତି। କୁକୁର ବେଶ ହୋଇ ପ୍ରଥମେ ସେ ମର୍ଣ୍ଣିଂଓ୍ବାକରେ୍‌ ଯାଇଥିଲେ।
ତେବେ ଏହି ସମୟରେ ଅନ୍ୟ କୁକୁରମାନେ ମଧ୍ୟ ତାଙ୍କୁ ଆକ୍ରମଣ କରିଥିଲେ। ବ୍ୟକ୍ତି ଜଣକ ହେଉଛନ୍ତିି ଟାକୋ। କୁକୁରରେ ପରିଣତ ହେବା ପାଇଁ ଟାକୋ ମହଙ୍ଗା ଅସ୍ତ୍ରୋପଚାର କରିଛନ୍ତି। ପିଲାଟି ଦିନରୁ ସେ କୁକୁର ପରି ଦେଖାଯିବାକୁ ଇଛା ରଖିଥିଲେ ବୋଲି ପ୍ରକାଶ କରିଛନ୍ତି।

Share