ନୂଆଦିଲ୍ଲୀ,୨୦।୩: ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ବତ୍ତର୍ମାନ ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି। ତାଙ୍କର ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୁୁତ କରିବ। ଏହି ବର୍ଷ ଉଭୟ ଭାରତ ଏବଂ ଜାପାନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଜି-୨୦ର ଅଧ୍ୟକ୍ଷତା ଭାରତ କରୁଥିବା ବେଳେ ଜାପାନ ଜି-୭ର ଅଧ୍ୟକ୍ଷତା କରୁଛି। ଇତିମଧ୍ୟରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପ୍ରତିପକ୍ଷ ଫୁମିଓଙ୍କ ସହ ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ବୁଲୁଥିବାର ନଜର ଆସିଥିଲେ। ଉଭୟ ନେତା ପାର୍କରେ ଥିବା ବାଲ ବୋଧି ବୃକ୍ଷ ପରିଦର୍ଶନ କରିଥିଲେ। ଏହାପରେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଏବଂ ପ୍ରଧାନମନ୍ତ୍ରୀ ମୋଦି ଗୁପ୍ଚୁପ୍, ଲସିି ଚା’ ଏବଂ ଆମ୍ବ ପଣାକୁ ଉପଭୋଗ କରିଥିଲେ। ପରେ ପାର୍କର ଏକ ବେଞ୍ଚରେ ବସି ଉଭୟ ନେତା ପରସ୍ପର ସହ କଥା ହେଉଥିବାର ଦେଖିବାକୁ ମିଳିଛି। ଏହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।