ବୈଦେଶିକ ମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ

ଟୋକିଓ,୨୯ା୯: ଜାପାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଫୁମିଓ କିଶିଦା ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ। ଶାସକ ଦଳ ଲିବେରାଲ୍‌ ଡେମୋକ୍ରାଟିକ୍‌ ପାର୍ଟିର ବୁଧବାର ଅନୁଷ୍ଠିତ ନିର୍ବାଚନରେ ସେ ନେତା ଭାବେ ଚୟନ ହୋଇଛନ୍ତି। ତେଣୁ ଆସନ୍ତା ସୋମବାର ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀ ଭାବେ କିଶିଦା ନାଁରେ ମୋହର ବାଜିବା ନିଶ୍ଚିତ ହୋଇଛି। ୮ ବର୍ଷ ଧରି ପ୍ରଧାନମନ୍ତ୍ରୀ ରହିଥିବା ସିଞ୍ଜୋ ଆବେ ଗତ ସେପ୍ଟେମ୍ବରରେ ଅସୁସ୍ଥତା କାରଣରୁ ଇସ୍ତଫା ଦେବା ପରେ ବିଦାୟୀ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା କ୍ଷମତାକୁ ଆସିଥିଲେ। ମାତ୍ର ବର୍ଷେ ପରେ ଜାପାନ ନୂଆ ପ୍ରଧାନମନ୍ତ୍ରୀ ପାଇବାକୁ ଯାଉଛି। ଜାପାନ ପ୍ରଧାନମନ୍ତ୍ରୀ ଦୌଡ଼ରେ ୪ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ୨ ମହିଳା ପ୍ରାର୍ଥୀ ସାନେ ତାକିଚି ଏବଂ ସେଇକୋ ନୋଡା ମଧ୍ୟ ରହିଥିଲେ। ତେବେ ଉଭୟଙ୍କୁ କିଶିଦା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପରାଜିତ କରିଥିଲେ। ଏଥିସହ ଲୋକପ୍ରିୟ ଟିକାକରଣ ମନ୍ତ୍ରୀ ତାରୋ କୋନୋଙ୍କୁ ମଧ୍ୟ ସେ ହରାଇଥିଲେ।

Share