ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ,୨୮।୮: ଜାପାନ ପ୍ରଧାନମନ୍ତ୍ରୀ ସିଜୋ ଆବେ ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଅସୁସ୍ଥତା କାରଣରୁ ସେ ଇସ୍ତଫା ଦେଇଥିବା ଜଣାପଡିଛି। ତାଙ୍କର ପେଟ ସମସ୍ୟା ଥିବାରୁ ଚଳିତ ମାସରେ ସେ ୨ଥର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ତାଙ୍କ ସ୍ବାସ୍ଥ୍ୟକୁ ନେଇ ଆଲୋଚନା ଜାରି ରହିଥିଲା। ଜାପାନ ଗଣମାଧ୍ୟମର ସୂଚନା ଅନୁଯାୟୀ, ଆବେ ଅସୁସ୍ଥ ହେବା ପରେ ସେ ଚାହୁଁ ନ ଥିଲେ କି ତାଙ୍କ ପାଇଁ ସରକାରୀ କାମରେ ବାଧା ସୃଷ୍ଟି ହେଉ। ସେଥିପାଇଁ ସେ ଇସ୍ତଫା ଦେବାକଥା ଚିନ୍ତା କରିଥିଲେ। ଶୁକ୍ରବାର ଏକ ଖବରଦାତ ସମ୍ମିଳନୀରେ ସେ ତାଙ୍କ ଇସ୍ତଫା ଦେବା କଥା ଘୋଷଣା କରିଛନ୍ତି।

Share