Categories: ଫୁରସତ

ଜାପାନର ରୋବୋଟିକ୍‌ ବାହୁ

ଟୋକିଓ: ଯୁଗ ଯେତେ ଆଗକୁ ବଢୁଛି, ତା’ ସହ ବୈଜ୍ଞାନିକ ଯନ୍ତ୍ରପାତିର ସଂଖ୍ୟା ବେଳକୁ ବେଳ ବୃଦ୍ଧି ପାଉଛି। ନିକଟରେ ଜାପାନର ଅନୁସନ୍ଧାନକାରୀ ନିକଟରେ ରୋବୋଟିକ୍‌ ବାହୁ ତିଆରି କରିଛି; ଯେଉଁଥିରେ କି ମଣିଷ ଗୋଟିଏ ସ୍ଥାନରେ ବସି ବିଭିନ୍ନ ପ୍ରକାରର କାର୍ଯ୍ୟ କରିପାରିବ। ଜାପାନ ଟୋକିଓ ସହରରେ ଥିବା ଟୋକିଓ ୟୁନିଭର୍ସିଟିର ମାସାହିକୋ ଇନାମୀ ଏବଂ ତାଙ୍କ ଟିମ୍‌ ଏହି ରୋବୋଟିକ୍‌ ବାହୁର ପ୍ରସ୍ତୁତି କରିଛନ୍ତି। ଏହି ବାହୁକୁ ଦେହରେ ଜ୍ୟାକେଟ୍‌ ଭଳି ପିନ୍ଧାଯାଇ ପାରିବ। ଏଥିରେ ୪ଟି ବାହୁ ରହିଛି; ଯାହା ଦ୍ୱାରା ମଣିଷ ଅଧିକ କାର୍ଯ୍ୟ କରିପାରିବ। ଇନାମୀଙ୍କ ଟିମ୍‌ ଏହି ବାହୁକୁ ‘ଜିଜାଇ’ ଟେକ୍ନୋଲୋଜି ଅନୁସାରେ ପ୍ରସ୍ତୁତ କରିଛି। ଏହାର ଉଦ୍ଦେଶ୍ୟ ହେଉଛି, ସଙ୍ଗୀତକାର ଏବଂ ବାଦ୍ୟଯନ୍ତ୍ରର ସମ୍ପର୍କ ଭଳି ସମ୍ପର୍କକୁ ବଢ଼ାଇବା ପରି କାର୍ଯ୍ୟ କରିବ। ଯେପରି କି ଯନ୍ତ୍ରପାତି ଶରୀରର ଏକ ଅଂଶ। ଏହା ସମ୍ପୂର୍ଣ୍ଣ ଭାବେ ମଣିଷର ପ୍ରତିଦ୍ୱନ୍ଦ୍ୱୀ ନୁହେଁ। ଏହା ମାଧ୍ୟମରେ ଲୋକେ ସାଇକେଲ କିମ୍ବା ବାଇକ୍‌ ଚଳାଇବାବେଳେ ନିଜ ଇଚ୍ଛା ଅନୁସାରେ ବିନା ହାତରେ ଚଳାଇପାରିବେ। ‘ଜିଜାଇ ବାହୁ’କୁ କିପରି ପିନ୍ଧିବ, ସେ ନେଇ ଇନାମୀ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ୨ ଜଣ ନୃତ୍ୟଶିଳ୍ପୀ ଏହି ରୋବୋଟିକ୍‌ ବାହୁକୁ ପିନ୍ଧିଥିବା ଦେଖିବାକୁ ମିଳୁଛନ୍ତି। ଏହି ବାହୁକୁ ବ୍ୟବହାର କରି ମଣିଷ ଅନ୍ୟମାନଙ୍କୁ ମଧ୍ୟ ଉଦ୍ଧାର କରିପାରିବ।

Share