Categories: ଖେଳ

ଜାସନ ରୟଙ୍କୁ ୨.୮ କୋଟି ଟଙ୍କାରେ କିଣିଲା କେକେଆର୍‌

କୋଲକାତା,୫ା୪: ଅଧିନାୟକ ଶ୍ରେୟସ ଆୟରଙ୍କ ଆଘାତ ଏବଂ ଶାକିଲ ଅଲ୍‌ ହାସନ ହଠାତ୍‌ ଟୁର୍ନାମେଣ୍ଟରୁ ଓହରିଯିବା ପରେ ଅସୁବିଧାଜନକ ସ୍ଥିତିରେ ଥିବା କୋଲକାତା ନାଇଟ୍‌ ରାଇଡର୍ସ ଏକ ଲାଇଫ ଲାଇନ୍‌ ପାଇଥିବା ଜଣାପଡ଼ିଛି। ଦୁଇଥର ଚାମ୍ପିୟନ ଫ୍ରାଞ୍ଚାଇଜ କୋଲକାତା ନାଇଟ୍‌ ରାଇଡର୍ସ ବୁଧବାର ଇଂଲଣ୍ଡ ଓପନର୍‌ ଜାସନ ରୟଙ୍କୁ ତାଙ୍କ ମୂଲ୍ୟର ପ୍ରାୟ ଦୁଇଗୁଣରେ କିଣିଛି।

ଗୁରୁବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ଆଇପିଏଲ ଘରୋଇ ମ୍ୟାଚ୍‌ ପାଇଁ ରୟ ଖେଳିବେ କି ନାହିଁ ତାହା କେକେଆର କହି ନାହିଁ। ଦୁଇଥର ଆଇପିଏଲ ଚାମ୍ପିୟନରେ ଏକ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ଯେତେବେଳେ ପିଠିରେ ଆଘାତ ହେତୁ ଆୟରଙ୍କୁ ପୂରା ସିଜିନରୁ ବାଦ ଦିଆଯାଇଥିଲା, ସେତେବେଳେ ଶାକିବ ବ୍ୟକ୍ତିଗତ ତଥା ଜାତୀୟ ପ୍ରତିଶ୍ରୁତି ଦର୍ଶାଇ ବାହାରକୁ ଯାଇଥିଲେ।

କେକେଆର୍‌ ବୁଧବାର ଏକ ବିବୃତ୍ତିରେ କହିଛି, ‘କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୩ ପାଇଁ ଇଂଲଣ୍ଡର ଜାସନ ରୟଙ୍କୁ ୧.୫ କୋଟିରୁ ୨.୮ କୋଟି ଟଙ୍କାରେ କିଣିଛନ୍ତି। ରୟ ପ୍ରଥମେ ଗୁଜରାଟ ଲାୟନ୍ସ ପାଇଁ ଆଇପିଏଲର ୨୦୧୭  ସଂସ୍କରଣରେ ସ୍ଥାନ ପାଇଥିଲେ। ଶେଷ ୨୦୨୧ ସିଜନରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳିଥିଲେ।

୨୦୨୧ରେ ସେ ପାଞ୍ଚ ମ୍ୟାଚ ଖେଳି ଅର୍ଦ୍ଧ ଶତକ ସହିତ ୧୫୦ ରନ୍‌ ସ୍କୋର କରିଥିଲେ। ୩୨ ବର୍ଷୀୟ ଜାସନ ଇଂଲଣ୍ଡ ପାଇଁ ୬୪ ଟି-୨୦ ଖେଳିଛନ୍ତି। ଯେଉଁଥିରେ ୮ଟି ଅର୍ଦ୍ଧ ଶତକ ସହିତ ୧୩୭.୬୧ ର ଷ୍ଟ୍ରାଇକ୍‌ରେ ୧,୫୨୨ ରନ ସ୍କୋର୍‌ କରିଛନ୍ତି। ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚରେ ଖେଳି ୧୬ଟି ବଲ୍‌ରୁ ୨୨ ରନ୍‌ ସଂଗ୍ରହ କରିଥିବା ଜାସନ ଆଫଗାନିସ୍ତାନ ଓ୍ବିକେଟ କିପର-ବ୍ୟାଟ୍ସମ୍ୟାନ ରହମାନୁଲ୍ଲା ଗୁରୁବାଜଙ୍କ ସ୍ଥାନ ନେବେ।

Share