Categories: ଖେଳ

ଆୟର୍ଲାଣ୍ଡ ବାହାରିଲେ ଜସପ୍ରୀତ ବୁମ୍‌ରା

ନୂଆଦିଲ୍ଲୀ,୧୫।୮: ଭାରତୀୟ ଦଳର ପରବର୍ତ୍ତୀ ଯାତ୍ରା ଆୟର୍ଲାଣ୍ଡ ହେବ। ଏହି ଯାତ୍ରା ମାଧ୍ୟମରେ ଦଳର ଷ୍ଟାର ଦ୍ରୁତବୋଲର ଜସପ୍ରୀତ ବୁମ୍‌ରା ପ୍ରତ୍ୟାବର୍ତ୍ତନ କରିବେ। ଯେଉଁଠାରେ ସେ ଦଳର ଦାୟିତ୍ୱ ତୁଲାଇବେ। ସେପ୍ଟେମ୍ବର ୨୦୨୨ରେ ବୁମ୍‌ରା ତାଙ୍କର ଶେଷ ମ୍ୟାଚ ଖେଳିଥିଲେ। ବର୍ତ୍ତମାନ ବୁମ୍‌ରା ସୋସିଆଲ ମିଡିଆ ମାଧ୍ୟମରେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ଆୟର୍ଲାଣ୍ଡ ଯାଉଥିବାର ନଜର ଆସିଛନ୍ତି।

ବୁମ୍‌ରାରଙ୍କ ଏହି ଫଟୋ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ଦୀର୍ଘ ସମୟ ଧରି ବୁମରାଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଥିଲେ ଏବଂ ବର୍ତ୍ତମାନ ସେହି ମୁହୂର୍ତ୍ତ ଆସିଛି । ଏସିଆ କପ ଏବଂ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳ ପାଇଁ ବୁମ୍‌ରାଙ୍କ ପ୍ରତ୍ୟାବର୍ତ୍ତନ ଏକ ବଡ଼ ଆଶ୍ୱସ୍ତି। ଆୟର୍ଲାଣ୍ଡ ଗସ୍ତରେ ଏକ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳାଯିବ, ଯାହାର ପ୍ରଥମ ମ୍ୟାଚ ଅଗଷ୍ଟ ୧୮ରେ ହେବ। ଏହା ପରେ ଦ୍ୱିତୀୟ ମ୍ୟାଚ ଅଗଷ୍ଟ ୨୦ରେ ଏବଂ ତୃତୀୟ ଏବଂ ଶେଷ ମ୍ୟାଚ ଅଗଷ୍ଟ ୨୩ରେ ଖେଳାଯିବ।

Share