Categories: ଖେଳ

ବୋଲିଂ ଟେଷ୍ଟ ପାସ୍‌ କଲେ ବୁମ୍‌ରା ! ଏସିଆ କପ୍‌ ଟିମ୍‌ରେ ମିଳିପାରେ ସୁଯୋଗ…

ନୂଆଦିଲ୍ଲୀ,୧୯।୮: ଟିମ୍‌ ଇଣ୍ଡିଆର ଷ୍ଟାର ବୋଲରଙ୍କ ମଧ୍ୟରୁ ଜସପ୍ରିତ ବୁମ୍‌ରା ଅନ୍ୟତମ। ହେଲେ ଆହତ କାରଣରୁ ସେ ଦୀର୍ଘଦିନ ଧରି ଦଳରୁ ବାଦ୍‌ ପଡ଼ିଥିଲେ। ଏବେ ସେ ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଶୁକ୍ରବାର ସିରିଜର ପ୍ରଥମ ମୁକାବିଲା ଖେଳାଯାଇଥିବା ବେଳେ ବୁମ୍‌ରା ପୂର୍ବଭଳି ଲୟରେ ବୋଲିଂ କରୁଥିବା ଦେଖାଯାଇଛି। ତେବେ ତାଙ୍କ ପାଇଁ ସିରିଜଟି ପରୀକ୍ଷା ଭଳି। କାରଣ ତାଙ୍କ ଫିଟ୍‌ନେସ ଉପରେ ଚୟନକର୍ତ୍ତା ଏବଂ ମ୍ୟାନେଜମେଣ୍ଟର ନଜର ରହିଛି। ଏଣୁୁ ସେ ପ୍ରଭାବୀ ପ୍ରଦର୍ଶନ କଲେ ଏସିଆ କପ୍‌ ୨୦୨୩ ଲାଗି ଭାରତୀୟ ଟିମ୍‌ରେ ସ୍ଥାନ ପାଇପାରିବେ।

ନ୍ୟାଶନାଲ କ୍ରିକେଟ ଏକାଡେମୀରେ ବୁମ୍‌ରା ବହୁତ ଅଭ୍ୟାସ କରିଛନ୍ତି। ଏବେ ସେ ଫିଟ୍‌ ମଧ୍ୟ ହୋଇଛନ୍ତି। ପ୍ରଥମ ଟି୨୦ରେ ଜବରଦସ୍ତ ବୋଲିଂ କରି ସେ ଟେଷ୍ଟ ପାସ୍‌ କରିଛନ୍ତି। ଏବେ ଦ୍ୱିତୀୟ ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି। ଯଦି ସବୁକିଛି ଠିକ୍‌ ରୁହେ ତେବେ ଏସିଆ କପ୍‌ ଟିମ୍‌ରେ ବୁମ୍‌ରାଙ୍କୁ ଦେଖିବାକୁ ମିଳିବ।

କହିରଖୁଛୁ, ଅଗଷ୍ଟ ୩୦ରୁ ଏସିଆ କପ୍‌ ୨୦୨୩ ଆରମ୍ଭ ହେବ। ଭାରତ ପ୍ରଥମ ମ୍ୟାଚ୍‌ ପାକିସ୍ତାନ ବିପକ୍ଷରେ ସେପ୍ଟେମ୍ବର ୨ରେ ଖେଳିବ। ସେହିଭଳି ସେପ୍ଟେମ୍ବର ୪ରେ ଦ୍ୱିତୀୟ ମ୍ୟାଚ୍‌ ନେପାଳ ସହ ଦଳ ଖେଳିବ।

Share