Categories: ଖେଳ

ବୁମ୍‌ରା ସମ୍ପୂର୍ଣ୍ଣ ରୂପେ ଫିଟ୍‌, ନିଶ୍ଚିତ କଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୮।୭: ଭାରତୀୟ ଦଳର ମୁଖ୍ୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରାଙ୍କ ପ୍ରତ୍ୟାବର୍ତ୍ତନକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ବିସିସିଆଇର ସଚିବ ଜୟ ଶାହା ବୁମ୍‌ରାଙ୍କ ଫିଟ୍‌ନେସ ସମ୍ପର୍କରେ ଏକ ବଡ଼ ଅପ୍‌ଡେଟ ଦେଇଛନ୍ତି। ଏସିଆ କପ ୨୦୨୩ ଏବଂ ବିଶ୍ୱକପ ୨୦୨୩ରେ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ଟିମ ଇଣ୍ଡିଆ ପାଇଁ ଏକ ବଡ଼ ଉତ୍ସ ବୋଲି ପ୍ରମାଣିତ ହୋଇପାରେ। ନିଶ୍ଚିତ କରିବାବେଳେ ଜୟ ଶାହା କହିଛନ୍ତି ଯେ, ବୁମରା ସମ୍ପୂର୍ଣ୍ଣ ଫିଟ୍‌ ହୋଇଛନ୍ତି।

ରିପୋର୍ଟରେ କୁହାଯାଇଛି, ଜସପ୍ରୀତ ବୁମ୍‌ରା ସମ୍ପୂର୍ଣ୍ଣ ଫିଟ୍‌। ଏହା ବ୍ୟତୀତ ଜୟ ଶାହା କହିଛନ୍ତି ଯେ, ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟି -୨୦ ସିରିଜ ପାଇଁ ସେ ଟିମ ଇଣ୍ଡିଆରେ ଯୋଗ ଦେଇପାରିବେ। ଆୟର୍ଲାଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ୧୮, ୨୦ ଏବଂ ୨୩ଅଗଷ୍ଟରେ ଖେଳାଯିବ।

ଆୟର୍ଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ। ଦଳର ଘୋଷଣା ପରେ ହିଁ ବୁମ୍‌ରା ଫେରିବେ କି ନାହିଁ ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ହେବ। ବୁମରା ଚଳିତ ବର୍ଷ ମାର୍ଚ୍ଚରେ ଏକ ସଫଳ ବ୍ୟାକ୍‌ ସର୍ଜରୀ କରିଥିଲେ। ସେ ଦୀର୍ଘ ଦିନ ଧରି କ୍ରିକେଟ୍‌ଠାରୁ ଦୂରରେ ଥିଲେ।

Share