Categories: ଖେଳ

ରୋହିତ, ବିରାଟ, ଜାଡେଜାଙ୍କ ପରେ ବୁମ୍‌ରା ନେବେ ଅବସର! ସନ୍ୟାସ ନେବା ଉପରେ ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୫।୭: ଜସପ୍ରୀତ ବୁମ୍‌ରା ଟି -୨୦ ବିଶ୍ୱକପ୍‌ ୨୦୨୪ ଟାଇଟଲ ଜିତିବାରେ ଭାରତୀୟ ଦଳ ପାଇଁ ଏକ ବଡ଼ ଅବଦାନ ଦେଇଛନ୍ତି। ସେ ଟର୍ନାମେଣ୍ଟରେ ହାରାହାରି ୮.୨୭ରେ ୧୫ ଉଇକେଟ୍‌ ନେଇଛନ୍ତି। ଏହି ଉଜ୍ଜ୍ୱଳ ପ୍ରଦର୍ଶନ ପାଇଁ ବୁମ୍‌ରାଙ୍କୁ ପ୍ଲେୟର ଅଫ ଦ ଟୁର୍ନାମେଣ୍ଟ’ ଚୟନ କରାଯାଇଥିଲା । ବିରାଟ କୋହଲି, ରୋହିତ ଶର୍ମା ଏବଂ ରବିନ୍ଦ୍ର ଜାଡେଜାଙ୍କ ଅବସର ପରେ ଏବେ ବୁମରା ତାଙ୍କ ଅବସର ବିଷୟରେ କହିଛନ୍ତି।

୨୦୨୪ରେ ସେ ଟି -୨୦ ଚମ୍ପିୟନ ହେବା ପରେ ବିରାଟ କୋହଲି ଟି -୨୦ ଇଣ୍ଟରନ୍ୟାଶନାଲରୁ ଅବସର ଘୋଷଣା କରିଥିଲେ। ଏହା ପରେ ରୋହିତ ଶର୍ମା ଟି -୨୦ ଇଣ୍ଟରନ୍ୟାଶନାଲରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ। ତା’ପରେ ଗୋଟିଏ ଦିନ ପରେ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ଟି -୨୦ ଇଣ୍ଟରନ୍ୟାସଶାଲକୁ ବିଦାୟ ଦେଇଛନ୍ତି। ବର୍ତ୍ତମାନ ୩୦ ବର୍ଷିୟ ବୁମ୍‌ରା ମଧ୍ୟ ଅବସର ବିଷୟରେ କହିଛନ୍ତି।

ମୁମ୍ବାଇର ୱାଖଡେ ଷ୍ଟାଡିୟମରେ ଆୟୋଜିତ ସମାରୋହରେ ବୁମ୍‌ରା ଅବସର ବିଷୟରେ କହିଛନ୍ତି, ଏହା ଏପର୍ଯ୍ୟନ୍ତ ବହୁତ ଦୂର ଅଟେ। ମୁଁ ବର୍ତ୍ତମାନ ଆରମ୍ଭ କରିଛି। ମୁଁ ଆଶା କରୁଛି ଏହା ବହୁତ ଦୂରରେ। ବୁମ୍‌ରା ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ତାଙ୍କର କୌଣସି ଫର୍ମାଟରୁ ଅବସର ନେବାକୁ ତାଙ୍କର ଉଦ୍ଦେଶ୍ୟ ନାହିଁ।

 

Share