Categories: ଖେଳ

ଟି-୨୦ ଓ୍ବାଲ୍ଡ କପ୍‌ରେ ଭାରତକୁ ବଡ଼ ଝଟ୍‌କା: ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଲେ ବୁମରା

ନୂଆଦିଲ୍ଲୀ,୩।୧୦: ୨ସପ୍ତାହ ପରେ ହେବାକୁ ଥିବା ଟି-୨୦ ଓ୍ବାଲ୍ଡ କପ୍‌ରେ ଭାରତୀୟ ଟିମ୍‌କୁ ଏକ ବଡ଼ ଝଟ୍‌କା ଲାଗିଛି। ଭାରତୀୟ ଟିମ୍‌ରୁ ଅନୁଭବୀ ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କୁ ଓ୍ବାଲ୍ଡ କପ୍‌ରୁ ବାହାର କରାଯାଇଛି। ଲଗାତର ପିଠିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ନିକଟରେ ଅଷ୍ଟ୍ରେଲିଆ ବିରୋଧlରେ ଟି-୨୦ ସିରିଜ୍‌ ଖେଳିଥିଲେ। ଏହି ସିରିଜ୍‌ରେ ବୁମରା ୨ଟି ମ୍ୟାଚ୍‌ ଖେଳିଥିଲେ। ଏହାପରେ ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିରୋଧରେ ଟି-୨୦ ସିରିଜ୍‌ରୁ ତାଙ୍କୁ ବାହାର କରାଯାଇଛି। ବୁମରା ଓ୍ବାଲ୍ଡ କପ୍‌ ଖେଳିବା ପାଇଁ ଫିଟ୍‌ ନୁହଁନ୍ତି ବୋଲି ବିସିଆଇର ମେଡିକାଲ ଟିମ୍‌ ଯାଞ୍ଚ କରି ସ୍ପଷ୍ଟ କରିଛନ୍ତି। ସୋମବାର ବିସିସିଆଇ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଖୁବ୍‌ଶୀଘ୍ର ବିସିସିଆଇ ତାଙ୍କ ବଦଳରେ ଆଉ କାହାକୁ ସୁଯୋଗ ଦେବା ନେଇ ଘୋଷଣା କରିପାରେ।

Share