Categories: ଖେଳ

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ରୁ ବାଦ ପଡ଼ିଲେ ବୁମ୍ରା

ଗୁଆହାଟୀ,୯।୧: ପିଠି ଯନ୍ତ୍ରଣା ଯୋଗୁ ୨୦୨୨ ସେପ୍ଟେମ୍ବରରୁ କ୍ରିକେଟରୁ ଦୂରରେ ଥିବା ଟିମ୍‌ ଇଣ୍ଡିଆ ପେସର୍‌ ଜସପ୍ରୀତ ବୁମ୍ରା ଶ୍ରୀଲଙ୍କା ବିପକ୍ଷ ଆଗାମୀ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରୁ ମଧ୍ୟ ବାଦ୍‌ ପଡିଛନ୍ତି। ସିରିଜ ପୂର୍ବରୁ ଗୁଆହାଟୀରେ ଦଳରେ ଯୋଗଦେବାକୁ ସ୍ଥିର ହୋଇଥିବା ବୁମରାଙ୍କୁ ବୋଲିଂ ସ୍ଥିରତା ପାଇଁ ଆଉ କିଛି ସମୟ ଦରକାର । ସତର୍କତାମୂଳକ ପଦକ୍ଷେପ ଭାବେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ବିସିସିଆଇ ଏକ ବିବୃତ୍ତିରେ କୁହାଯାଇଛି। ବିସିସିଆଇ ଜାନୁୟାରୀ ୩ରେ ବୁମ୍ରାଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସ୍କ୍ବର୍ଡରେ ସାମିଲ କରିଥିଲା। ଅସୁସ୍ଥତା ଯୋଗୁ ସୋମବାର ତାଙ୍କୁ ସ୍କର୍‌ବଡରୁ ବାଦ ଦିଆଯାଇଛି।

ବୁମ୍ରା ବ୍ୟାକ ଇଞ୍ଜୁରୀରୁ ଏଯାଏ ସମ୍ପୂର୍ଣ୍ଣ ମୁକୁଳି ନାହାନ୍ତି। ମ୍ୟାଚ ପାଇଁ ଫିଟ୍‌ ହେବାକୁ ତାଙ୍କୁ ଆଉ କିଛି ଦିନ ଲାଗିବ। ଆଗକୁ ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ ରହିଛି। ତେଣୁ ବୁମ୍ରାଙ୍କୁ ସେହି ସମୟରେ ଟିମ୍‌କୁ କମବ୍ୟାକ୍‌ କରିବେ ବୋଲି ଆଶା କରାଯାଉଛି।

Share