Categories: ଖେଳ

୧୦ ମାସ ପରେ ଟିମ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୁମ୍‌ରା

ନୂଆଦିଲ୍ଲୀ,୨୭।୭: ଜସପ୍ରୀତ ବୁମ୍‌ରା ଗତ ଏକ ବର୍ଷ ପିଠି ସମସ୍ୟାରେ ପୀଡିତ ଥିଲେ। ନିକଟରେ ବିସିସିଆଇ ମଧ୍ୟ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ସୂଚନା ପ୍ରକାଶ କରି କହିଛି ଯେ, ସେ ବେଙ୍ଗାଲୁରୁର ଜାତୀୟ କ୍ରିକେଟ ଏକାଡେମୀରେ ନିଜର ପୂର୍ଣ୍ଣ କ୍ଷମତା ସହିତ ବୋଲିଂ କରୁଛନ୍ତି ଏବଂ ଖୁବ୍‌ଶୀଘ୍ର ପ୍ରତ୍ୟାବର୍ତ୍ତନ କରିପାରନ୍ତି। ଏବେ ଗଣମାଧ୍ୟମ ରିପୋର୍ଟରେ ଏକ ନୂଆ କଥା ସାମ୍ନାକୁ ଆସିଛି। ବୁମ୍‌ରା ଆସନ୍ତା ମାସରେ ଆୟର୍ଲାଣ୍ଡ ବିପକ୍ଷ ଟି -୨୦ସିରିଜରୁ ଟିମ ଇଣ୍ଡିଆକୁ ଫେରିପାରନ୍ତି।

ଆସନ୍ତା ମାସ ଅଗଷ୍ଟ ୧୮ରୁ ଭାରତକୁ ଆୟର୍ଲାଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି -୨୦ସିରିଜ ଖେଳିବାକୁ ପଡିବ। ଦ୍ୱିତୀୟ ଟି -୨୦ ଅଗଷ୍ଟ ୨୦ରେ ଏବଂ ତୃତୀୟ ଟି -୨୦ ଅଗଷ୍ଟ ୨୩ରେ ଖେଳାଯିବ। ସମସ୍ତ ତିନୋଟି ମ୍ୟାଚ ଡବଲିନ ର ଦ ବିଲେଜ୍‌ ଷ୍ଟାଡିୟମରେ ଖେଳାଯିବ। ରିପୋର୍ଟ ଅନୁଯାୟୀ, ଏହି ସପ୍ତାହରେ ଆୟର୍ଲାଣ୍ଡ ଗସ୍ତ ପାଇଁ ଦଳ ଘୋଷଣା କରାଯାଇପାରେ। ଅଜିତ ଅଗରକର ନେତୃତ୍ୱାଧୀନ ଚୟନ କମିଟି ଏସିଆ କପ ଏବଂ ବିଶ୍ୱକପକୁ ଦୃଷ୍ଟିରେ ରଖି ଏହି ଟି-୨୦ ସିରିଜର କିଛି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେଇପାରେ। ଏହି ସମୟରେ, କିଛି ଆଇପିଏଲ ତାରକା ଖେଳିବାର ସୁଯୋଗ ପାଇପାରନ୍ତି।

Share