ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଜସପ୍ରିତ ବୁମରା ଏବଂ ଟିଭି ଆଙ୍କର ସଞ୍ଜନା ଗଣେଶ ଗତ ୧୫ ତାରିଖରେ ବିବାହ କରିଥିଲେ। ଗୋଆର ଏକ ବ୍ୟକ୍ତିଗତ ସମାରୋହରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ବୁମରାଙ୍କ ଜଣେ ବନ୍ଧୁ ଏହି ବିବାହ ବିଷୟରେ ସୋସିଆଲ ମିଡିଆରେ ପ୍ରଥମେ ଜଣାଇଥିଲେ। ବିବାହ ପରେ ବୁମରା ପ୍ରଥମ ଥର ପାଇଁ ସ୍ତ୍ରୀ ସଞ୍ଜନାଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ଉଭୟ ପରସ୍ପରଙ୍କ ହାତ ଧରିଥିବାର ଦେଖିବାକୁ ମିଳୁଛି। ନବ ଦମ୍ପତି ଫଟୋରେ ବହୁତ ଖୁସି ଦେଖାଯାଉଛନ୍ତି। ସଞ୍ଜନା ନିଜ ଇନ୍ଷ୍ଟାଗ୍ରାମ୍ରେ ଏହି ଫଟୋ ପୋଷ୍ଟକରି ଲେଖିଛନ୍ତି, ଏହି ଯୋଡିକୁ ଗତ କିଛି ଦିନ ମଧ୍ୟରେ ମିଳିଥିବା ଭଲପାଇବା ପାଇଁ ଧନ୍ୟବାଦ।
କିଛି ସମୟ ପରେ ଏହି ପୋଷ୍ଟରେ ବୁମରା ଲେଖିଛନ୍ତି, ଗତ କିଛିଦିନ ହେବ ସବୁକିଛି ଜାଦୁ ପରି ମନେ ହେଉଛି।
ପୁଣି ସଞ୍ଜନା ଲେଖିଛନ୍ତି, ଆମେ ଆପଣମାନଙ୍କ ମୁହଁରୁ ସବୁଠାରୁ ବଡ଼ ହସ ଏବଂ ଆପଣମାନଙ୍କ ବାର୍ତ୍ତା ଏବଂ ଶୁଭକାମନା ପଢ଼ୁଛୁ। ଧନ୍ୟବାଦ ବୋଲି ସେ ଲେଖିଛନ୍ତି।
ବୁମରା ଲେଖିଛନ୍ତି, ଆପଣମାନଙ୍କ ପ୍ରେମ ଏବଂ ଭଲପାଇବା ପାଇଁ ଧନ୍ୟବାଦ।