Categories: ଖେଳ

ଟିମ୍‌ ଇଣ୍ଡିଆକୁ ଶକ୍ତ ଧକ୍କା

ସେଞ୍ଚୁରିଆନ,୨୮।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତୀୟ ଦଳକୁ ମଙ୍ଗଳବାର ଏକ ଶକ୍ତ ଧକ୍କା ଲାଗିଛି। ପେସ୍‌ ବୋଲିଂ ବିଭାଗର କର୍ଣ୍ଣଧାର ଯଶପ୍ରୀତ ବୁମରା ଆହତ ହୋଇଛନ୍ତି। ତୃତୀୟ ଦିନର ଦ୍ୱିତୀୟ ସେସନରେ ବୋଲିଂ କଲା ବେଳେ ତାଙ୍କ ଡାହାଣ ଗୋଇଠିରେ ଆଘାତ ଲାଗିଥିଲା। ଏହି ଆହତ ସମସ୍ୟା କେତେ ଗୁରୁତର ସେ ସମ୍ପର୍କରେ ବିସିସିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ମାତ୍ର ଆହତ ହେବା ପରେ ଫିଲ୍ଡରୁ ବାହାରକୁ ଚାଲି ଯାଇଥିଲେ ବୁମରା। ସେ ଏପର୍ଯ୍ୟନ୍ତ ୫.୫ ବୋଲିଂ କରି ୧୨ ରନ୍‌ ବିନିମୟରେ ୧ ଉଇକେଟ ନେଇଥିଲେ।

ବୋଲିଂ କଲା ବେଳେ ଯଶପ୍ରୀତ ବୁମରାଙ୍କ ଡାହାଣ ଗୋଇଠିରେ ଆଘାତ ଲାଗିଛି। ବର୍ତ୍ତମାନ ମେଡିକାଲ ଟିମ୍‌ ତାଙ୍କ ଆହତ ସମସ୍ୟାର ଯାଞ୍ଚ କରୁଛନ୍ତି। ତାଙ୍କ ବଦଳରେ ଶ୍ରେୟାସ ଆୟାର ଫିଲ୍ଡିଂ କରୁଥିବା ବିସିସିଆଇ ପକ୍ଷରୁ ଟୁଇଟ୍‌ କରାଯାଇଛି।

Share