Categories: ଖେଳ

ଥଟ୍ଟା କଲେ ବି ରାଗିଯାଆନ୍ତି ଏହି କ୍ରିକେଟର; ଶାମି କହିଲେ…

ନୂଆଦିଲ୍ଲୀ,୧୨।୫: କ୍ରିକେଟରଙ୍କ ମଧ୍ୟରେ ଥଟ୍ଟା-ପରିହାସ ହୋଇଥାଏ। ଯୁବରାଜ ସିଂହଙ୍କଠାରୁ ଆରମ୍ଭ କରି ହରଭଜନ ସିଂହଙ୍କ ପର୍ଯ୍ୟନ୍ତ କ୍ରିକେଟର ସର୍ବଦା ନିଜ ସାଥୀ ଖେଳାଳିଙ୍କ ମଜା ଉଡାଇଥାନ୍ତି। ଏବେ ଦଳ ଏବଂ ସମୟ ବଦଳିଛି। ଏବେର କିଛି ଖେଳାଳି ପୂର୍ବ ଖେଳାଳିଙ୍କ ଭଳି ମଜା କରିଥାନ୍ତି। ଦଳର ଦ୍ରୁତ ବୋଲରମାନେ ପରସ୍ପରର ଗୋଡ ଟାଣିବାକୁ ପସନ୍ଦ କରିଥାନ୍ତି ବୋଲି ନିକଟରେ ମହମ୍ମଦ ଶାମି କହିଛନ୍ତି। ହେଲେ କିଛି ଖେଳାଳି ଏଭଳି ଅଛନ୍ତି, ଯିଏ ମଜାକୁ ଗମ୍ଭୀରତାର ସହ ନେଇଥାନ୍ତି। ଏହା ତାଙ୍କୁ ଖରାପ ଲାଗିଥାଏ। ଭୁବନେଶ୍ୱର କୁମାର, ଈଶାନ୍ତ ଶର୍ମା ଏବଂ ଉମେଶ ଯାଦବ ବହୁତ ମସ୍ତି କରିଥାନ୍ତି। ହେଲେ ଜସପ୍ରିତ ବୁମ୍‌ରା ଥଟ୍ଟାକୁ ସହଜରେ ଗ୍ରହଣ କରିପାରି ନ ଥାନ୍ତି। ସେ ଖରାପ ଭାବିଥାନ୍ତି। ହେଲେ ସେ ଏବଂ ଈଶାନ୍ତ ଶର୍ମା ଥଟ୍ଟା-ପରିହାସରେ ସମୟର ଭରପୂର ଆନନ୍ଦ ଉଠାଇଥାନ୍ତି ବୋଲି ଶାମି କହିଛନ୍ତି।

Share