Categories: ଖେଳ

ବିଶ୍ୱକପ୍‌ ଲାଗି ଅଷ୍ଟ୍ରେଲିଆରେ ପହଞ୍ଚିଲେ ବୁମ୍‌ରାଙ୍କ ସ୍ତ୍ରୀ, ଫଟୋ ଶେୟାର କରି ହେଲେ ଟ୍ରୋଲ

ନୂଆଦିଲ୍ଲୀ,୮।୧୦: ଟି୨୦ ବିଶ୍ୱକପ୍‌ ଖେଲିବା ଲାଗି ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆରେ ପହଞ୍ଚି ସାରିଛି। ପର୍ଥରେ ଭାରତୀୟ ଟିମ୍‌ ଅଭ୍ୟାସ ମଧ୍ୟ ଆରମ୍ଭ କରିଛି। ହେଲେ ଚଳିତ ଥର ଦ୍ରୁତ ବୋଲର ଜସପ୍ରିତ ବୁମ୍‌ରା ଭାରତୀୟ ସ୍କ୍ବାର୍ଡରେ ନାହାନ୍ତି। ଆହତ ହେବା କାରଣରୁ ସେ ବିଶ୍ୱକପ୍‌ରୁ ବାହାର ହୋଇଛନ୍ତି। ଏସବୁ ମଧ୍ୟରେ ତାଙ୍କ ସ୍ତ୍ରୀ ସଞ୍ଜନା ଗଣେଶନ ଅଷ୍ଟ୍ରେଲିଆ ପହଞ୍ଚିଛନ୍ତି। ସେ ଆଇସିସିର ଏହି ବଡ ଟୁର୍ନାମେଣ୍ଟକୁ କଭର୍‌ କରିବେ।

ସଞ୍ଜନା ଅଷ୍ଟ୍ରେଲିଆ ପହଞ୍ଚିବା ମାତ୍ରେ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ପୋଷ୍ଟ କରିଥିଲେ। ସେ ଫ୍ଲାଇଟ୍‌ରେ ବସିଥିବା ବେଳେ ମଜାଦାର କ୍ୟାପଶନ ଲେଖିଥିଲେ। ‘ଏଭଳି ସ୍ଥାନକୁ ଯାଉଛି ଯାହା ବହୁତ କମ୍‌ ସମୟରେ ମୋର ପ୍ରିୟ ହୋଇଯାଇଛି। ତାଙ୍କର ଏହି ଫଟୋକୁ ଲକ୍ଷାଧିକ ଲୋକ ପସନ୍ଦ କରିଛନ୍ତି। ହେଲେ ଅନେକ ତାଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି। ବୁମ୍‌ରା ତ ବିଶ୍ୱକପ୍‌ ଯାଇପାରିଲେନି, ସଞ୍ଜନା ଯାଉଛନ୍ତି ବୋଲି ଅନେକ କହୁଛନ୍ତି। ସେହିଭଳି ଆଉ କିଛି ଭାଉଜ, ଭାଇ କେଉଁଠି ବୋଲି ମଧ୍ୟ ପ୍ରଶ୍ନ କରୁଥିବା ଦେଖାଯାଉଛି।

Share