Categories: ଖେଳ

ନ୍ୟୁଜିଲାଣ୍ଡରେ ହେବ ବୁମ୍‌ରାଙ୍କ ସର୍ଜରୀ, ଏତିକି ମାସ ଯାଏ…

ନୂଆଦିଲ୍ଲୀ,୨।୩: ଆହତ ସମସ୍ୟାକୁ ନେଇ ଆଇପିଏଲ୍‌ ୨୦୨୩ରୁ ବାଦ ପଡ଼ିଛନ୍ତି ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା। ତାଙ୍କ ପିଠିରେ ଯନ୍ତ୍ରଣା ହେଉଥିବାରୁ ସେ ଆଗାମୀ ଦିନରେ ଅସ୍ତ୍ରୋପଚାର କରିବେ। ଅସ୍ତ୍ରୋପଚାର ଲାଗି ସେ ନ୍ୟୁଜିଲାଣ୍ଡ ଯିବେ। ବିସିସିଆଇ ମେଡିକାଲ ଟିମ୍‌ ଏବଂ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀ(ଏନ୍‌ସିଏ) ପରିଚାଳକମାନେ ତାଙ୍କ ଚିକିତ୍ସା ଲାଗି ନ୍ୟୁଜିଲାଣ୍ଡର ସର୍ଜନଙ୍କୁ ବାଛିଛନ୍ତି। ଫଳରେ ସେ ପ୍ରାୟ ୬ ମାସ ଯାଏ କ୍ରିକେଟ ମଇଦାନରୁ ଦୂରରେ ରହିବାକୁ ଯାଉଛନ୍ତି ବୋଲି କ୍ରିକ୍‌ବଜର ଏକ ରିପୋର୍ଟରେ କୁହାଯାଇଛି।

ପିଠିରେ ଯନ୍ତ୍ରଣା ଯୋଗୁ ବୁମ୍‌ରା ଗତ ୫ ମାସ ହେଲାଣି ଅନ୍ତର୍ଜାତୀୟ କ୍ରିକେଟ ଖେଳି ନାହାନ୍ତି। ସେ ଗତ ବର୍ଷ ସେପ୍ଟେମ୍ବର ୨୦୨୨ରେ ହାଇଦ୍ରାବାଦରେ ଅଷ୍ଟ୍ରେଲିଆ ବିପକ୍ଷରେ ଅନ୍ତିମ ମୁକାବିଲା ଖେଳିଥିଲେ। ଏହା ପରଠାରୁ ସେ କ୍ରିକେଟରୁ ଦୂରରେ ଅଛନ୍ତି। ଆଇପିଏଲ୍‌ ୨୦୨୩ ପରେ ସେ ଜୁନ୍‌ରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ମଧ୍ୟ ଖେଳିବାର ସମ୍ଭାବନା କମ୍‌ ବୋଲି କୁହାଯାଉଛି।

Share