ପରୀ ହତ୍ୟା ମାମଲାର ତଦନ୍ତ କରିବେ ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠଓ୍ବା

ନୟାଗଡ ଅଫିସ,୨୬।୧୧: ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାର ତଦନ୍ତ ପାଇଁ ଶୁକ୍ରବାର ନୟାଗଡ଼ରେ ପହଞ୍ଚିଛନ୍ତି ରାଜ୍ୟ ପୋଲିସ ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠୱା । କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନେଇ ପରୀ ହତ୍ୟା ମାମଲା ତଦନ୍ତର ତଦାରଖ କରିବାକୁ ନୟାଗଡ଼ରେ ପହଞ୍ଚିଛନ୍ତି ଜେଠୱା । କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଅସୁସ୍ଥ ଥିବାରୁ ଜେଠୱା ତଦନ୍ତର ତଦାରଖ କରୁଛନ୍ତି ।

ଗୁରୁବାରଠାରୁ ନୟାଗଡ଼ରେ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ କରୁଛି । ଜେଠୱା ଆଜି ସେହି ଟିମ୍‌ ଓ ନୟାଗଡ଼ ଏସ୍‌ପିଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

Share