Categories: ଜାତୀୟ

ଶେଷ ନିର୍ବାଚନ ବେଳକୁ ଯଶୱନ୍ତଙ୍କର ସମ୍ପତ୍ତି ଥିଲା ୫୧ ଗାଈ, ୩ ଘୋଡ଼ା, ୩ ବନ୍ଧୁକ

ନୂଆଦିଲ୍ଲୀ,୨୭ ।୯: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କର ରବିବାର ପରଲୋକ ହୋଇଛି । ନିଜକୁ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଓ ଏମ୍‌ପି ଭାବେ ପ୍ରତିଷ୍ଠିତ କରାଇ ପାରିଥିଲେ । ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଓ ବାଣିଜ୍ୟ ଭଳି ଗୁରୁ ଦାୟିତ୍ୱ ନେଇଥିଲେ ଯଶୱନ୍ତ । ତେବେ ୨୦୧୪ ନିର୍ବଚନ ପୂର୍ବର ସେ ତାଙ୍କ ସମ୍ପତ୍ତିର ଘୋଷଣା କରିଥିଲେ । ଯେଉଁଥିରେ ତାଙ୍କ ପାଖରେ ଗାଈ ଓ ଘୋଡ଼ା ଥିବା ସେ ଦର୍ଶାଇଥିଲେ । ସେ କହିଥିଲେ ତାଙ୍କ ନିକଟରେ ୫୧ଟି ଗାଈ, ୩ଟି ଅରବି ଘୋଡ଼ା ଓ ୩ଟି ବନ୍ଧୁକ ରହିଛି । ଯଶୱନ୍ତଙ୍କ ନିକଟରେ ଯେଉଁ ୩ଟି ଘୋଡ଼ା ଥିଲେ ସେଥିମଧ୍ୟୁ ସୌଦି ଆରବ ସରକାର ତାଙ୍କୁ ଦୁଇଟି ଘୋଡା ପ୍ରସ୍ତୁତ କରି ପ୍ରଦାନ କରିଥିଲେ । ଯୋଧପୁରରେ ଥିବା ତାଙ୍କ ଫାର୍ମ ହାଉସରେ ଗାଈମାନଙ୍କ ପ୍ରଜନନ କରାଯାଉଥିବାରୁ ତାଙ୍କ ନିକଟରେ ୨୦୧୪ ନିର୍ବାଚନ ସମୟରେ ୫୧ଟି ଗାଈଥିବା ସେ ପ୍ରକାଶ କରିଥିଲେ ।

Share