ଭୁବନେଶ୍ୱର,୪।୪(ବ୍ୟୁରୋ): ଜଟଣୀ ପୌର ପରିଷଦର ୩ ଜଣ ନବନିର୍ବାଚିତ ସ୍ବାଧୀନ କାଉନ୍ସିଲର ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ୬୦ ନମ୍ବର ୱାର୍ଡର କର୍ପୋରେଟର ରବିବାର ବିଜେଡିରେ ଯୋଗ ଦେଇଛନ୍ତି। ଦଳ ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ଜଟଣୀର ୧୨ ନମ୍ବର ୱାର୍ଡର କାଉନ୍ସିଲର ନୀଳିମା ସ୍ବାଇଁ, ୬ ନମ୍ବର ୱାର୍ଡର କାଉନ୍ସିଲର ବିଷ୍ଣୁ ସାହୁ ଓ ୪ ନମ୍ବର ୱାର୍ଡର କାଉନ୍ସିଲର ଫେମିନା ବେଗମ୍ ବିଜେଡିରେ ସାମିଲ୍ ହୋଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଥିବା ସେମାନେ କହିଛନ୍ତି। ମିଶ୍ରଣ ପର୍ବରେ ବିଜେଡି ଏମ୍ପି ମୁନ୍ନା ଖାଁ, ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲିକ ପ୍ରମୁଖ ଉପସ୍ଥିତ ଥିଲେ।