
ଭୁବନେଶ୍ୱର,୨୫।୩: ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ ଟିମ୍ ତାଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଏକକାଳୀନ ଚଢାଉ କରିଛନ୍ତି।
ଚଢାଉ ବେଳେ ଅଧିକାରୀଙ୍କୁ ଘରୁ ବିଡ଼ାବିଡ଼ା ଟଙ୍କା ମିଳିଛି। ବାବୁଙ୍କ ଭୁବନେଶ୍ବରସ୍ଥିତ ଫ୍ଲାଟରୁ ନଗଦ ୧୭ ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ ଭୁବନେଶ୍ୱର ଜାଗମରା, ଖାରବେଳନଗର, ଡେଲ୍ଟା ଛକାରେ ୩ଟି ଫ୍ଲାଟ ରହିଥିବା ଅଧିକାରମାନେ ଜାଣିବାକୁ ପାଇଛନ୍ତି। ଏପରିକି ଭୁବନେଶ୍ୱର ଏବଂ ବ୍ରହ୍ମପୁରରେ ବାବାଙ୍କୁ ୧୧ଟି ପ୍ଲଟ ରହିଥିବା ସୂଚନା ମିଳିଛି। ଏପରିକି ଘରୁ ୧୫୦ ଗ୍ରାମ ସୁନା, ଗୋଟିଏ ଚାରି ଚକିଆ, ୨୦ଟି ବ୍ୟାଙ୍କ ଓ ପୋଷ୍ଟାଲ ଜମାର କାଗଜପତ୍ର ଜବତ ହୋଇଛି।
ଅନ୍ୟପକ୍ଷେ ସୋର ତାଙ୍କର ୩ଟି ଘର ରହିଥିବା ଜଣାପଡିଛି। ଯାହାକୁ ସେ ଭଡ଼ା ସୂତ୍ରରେ ଦେଇଥିବାର ସୂଚନା ମିଳଛି। ଏପରିକି ତାଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛନ୍ତି।