ଜଟଣୀ ଦେଖିବ ପୁଣି ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା

ଜଟଣୀ,୨୧ା୪(ରବୀନ୍ଦ୍ରନାଥ ମହାକୁଡ଼)ଭୁବନେଶ୍ୱର ସଂସଦୀୟ ନିର୍ବାଚନମଣ୍ଡଳୀର ୭ଟି ବିଧାନସଭା ଆସନ ମଧ୍ୟରୁ ଜଟଣୀ ବିଧାନସଭା କ୍ଷେତ୍ର ଅନ୍ୟତମ। ନିକଟରେ କଂଗ୍ରେସ ସନ୍ତୋଷ ଜେନାଙ୍କୁ ଏଠାରୁ ଟିକେଟ ଦେବା ପରେ ଜଟଣୀ ରାଜନୀତି ଚଳଚଞ୍ଚଳ ହୋଇଛି। ପୂର୍ବରୁ ବିଜେଡିରୁ ଖୋର୍ଦ୍ଧା ଜିଲା ବିଜେଡି ସଭାପତି ବିଭୂତି ଭୂଷଣ ବଳବନ୍ତରାୟ ଏବଂ ଭାଜପାରୁ ବିଶ୍ୱରଞ୍ଜନ ବଡ଼ଜେନା ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ରାଜନୀତିରୁ ଦୂରେଇ ରହିବା ପାଇଁ ଘୋଷଣା କରିବା ପରେ ଜଟଣୀ କଂଗ୍ରେସ ମଙ୍ଗ କିଏ ଧରିବେ ଓ ପ୍ରାର୍ଥୀ କିଏ ହେବେ, ତାହାକୁ ନେଇ ଅନେକ ଆଲୋଚନା ହେଉଥିଲା। ଦଳ ନୂଆ ମୁହଁକୁ ଗୁରୁତ୍ୱ ଦେଇ ସନ୍ତୋଷଙ୍କୁ ପ୍ରାର୍ଥୀ କରିବା ପରେ ଗତ ୨୦୧୯ ନିର୍ବାଚନ ଭଳି ଏଥର ମଧ୍ୟ ଜଟଣୀ ବିଧାନସଭା ଆସନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେବ ବୋଲି କୁହାଯାଉଛି।

ନିକଟ ଅତୀତକୁ ଦେଖିଲେ, ୨୦୧୪ ନିର୍ବାଚନରେ ବିଜେଡି ଜଟଣୀ ବିଧାନସଭା ଆସନରେ ଭାଗୀରଥି ବଡ଼ଜେନାଙ୍କୁ ପ୍ରାର୍ଥୀ କରିଥିଲା। ସେହିପରି ଭାଜପାରୁ ସୁଦୀପ୍ତ ରାୟ ଏବଂ କଂଗ୍ରେସରୁ ସୁରେଶ କୁମାର ରାଉତରାୟ ପ୍ରାର୍ଥୀ ହୋଇଥିଲେ। ତେବେ ଜଟଣୀ ଭୋଟର ନୂଆ ମୁହଁଙ୍କୁ ପ୍ରାଧାନ୍ୟ ଦେଇଆସୁଥିବାରୁ ୨୦୧୪ରେ ଭାଗୀରଥି ବିଧାୟକ ହୋଇଥିଲେ। ୨୦୧୯ ନିର୍ବାଚନରେ ବିଜେଡିରୁ ଖୋର୍ଦ୍ଧା ଜିଲା ବିଜେଡି ସଭାପତି ବିଭୂତି ଭୂଷଣ ବଳବନ୍ତରାୟ, କଂଗ୍ରେସରୁ ସୁରେଶ କୁମାର ରାଉତରାୟ ଏବଂ ଭାଜପାରୁ ନୂତନ ଭାବେ ବିଶ୍ୱରଞ୍ଜନ ବଡ଼ଜେନାଙ୍କୁ ଦଳ ପ୍ରାର୍ଥୀ କରିଥିଲା। ଏହି ନିର୍ବାଚନରେ କଂଗ୍ରେସର ସୁରେଶ ବିଜେଡିର ବିଭୂତିଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ। ତେବେ ବିଜେଡିର ଗୋଷ୍ଠୀ ବିବାଦ ଭଳି ଭାଜପାର ବିଶ୍ୱରଞ୍ଜନ ନବାଗତ ହୋଇଥିଲେ ମଧ୍ୟ ଦଳୀୟ ଗୋଷ୍ଠୀ କନ୍ଦଳ ପାଇଁ ନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିଲେ। ସେହି ସମୟରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ୭ଟି ଆସନରୁ ବିଜେଡି ୬ଟି ଆସନରେ ବିଜୟୀ ହୋଇଥିବା ବେଳେ ଜଟଣୀ ଆସନ ଦଳୀୟ କନ୍ଦଳ ଓ ବିଭୂତିଙ୍କ ଲୋକପ୍ରିୟତା ହ୍ରାସ ପାଇଁ ହରାଇବାକୁ ପଡ଼ିଥିଲା ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା।
ନିର୍ବାଚନ ଆହୁରି ରୋଚକ ହେବା ନେଇ ଚର୍ଚ୍ଚା ହେଉଛି। କାରଣ ଦୁଇ ପୁରୁଣା ନେତା ବିଜେଡିରୁ ବିଭୂତି ଓ ଭାଜପାରୁ ବିଶ୍ୱରଞ୍ଜନ ପ୍ରାର୍ଥୀ ହୋଇଥିଲେ ହେଁ କଂଗ୍ରେସ ସନ୍ତୋଷଙ୍କୁ ନୂଆମୁହଁ କରିଥିଲେ ମଧ୍ୟ ତାଙ୍କର ବିଭିନ୍ନ ସାମାଜିକ କାର୍ଯ୍ୟରେ ସମ୍ପୃକ୍ତି ଥିବାରୁ ପ୍ରତିଦ୍ୱନ୍ଦ୍ୱିତା ଜୋରଦାର ହେବ ବୋଲି କୁହାଯାଉଛି। ଏହି ଆସନରୁ କଂଗ୍ରେସ ଓ ବିଜେଡି ଏକାଧିକବାର ଜିତିଥିଲେ ହେଁ ଭାଜପା ଆଜି ପର୍ଯ୍ୟନ୍ତ ଖାତା ଖୋଲିପାରି ନାହିଁ। ଚଳିତ ନିର୍ବାଚନରେ ଦଳ ଦ୍ୱିତୀୟ ଥର ପାଇଁ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱରଞ୍ଜନ ବଡ଼ଜେନାଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର ଯୋଜନାକୁ ନେଇ ଲୋକଙ୍କ ନିକଟକୁ ଯିବେ ବୋଲି କହିଛନ୍ତି। ଅନ୍ୟପଟେ ୨୦୦୯ରେ ଥରେ ବିଜେଡିରୁ ବିଜୟୀ ହୋଇଥିବା ବିଭୂତି ପୁଣି ବିଜେଡିରୁ ତୃତୀୟ ଥର ଦଳୀୟ ଟିକେଟ ପାଇ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା, ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଏବଂ ବିକାଶ କାର୍ଯ୍ୟକୁ ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି। କଂଗ୍ରେସ ୨୦୧୯ରେ ଏହି ଆସନ ହାତେଇଥିଲେ ମଧ୍ୟ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ବିଜେଡି ଟିକେଟରୁ ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ଲଢ଼ୁଥିବା ବେଳେ ତାଙ୍କ ବଡ଼ ପୁଅ ସିଦ୍ଧାର୍ଥଙ୍କୁ କଂଗ୍ରେସ ନିମାପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ତେବେ ଅନ୍ୟତମ ଆଶାୟୀ ପ୍ରାର୍ଥୀ ସଂଗ୍ରାମ ରାଉତରାୟ ଜଟଣୀ କଂଗ୍ରେସ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିପାରନ୍ତି ବୋଲି କୁହାଯାଉଛି। ତେବେ ସନ୍ତୋଷଙ୍କ ଲୋକ ସମ୍ପର୍କ ଭଲ ଥିବାରୁ ସେ ବିଜେଡି ଓ ଭାଜପା ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେବେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri