କରୋନା ଛଡ଼ାଇନେଇଛି ବୃତ୍ତି: ବଞ୍ଚିବା ପାଇଁ ଯାତ୍ରା କଳାକାରଙ୍କ ନିଆରା ପ୍ରୟାସ

ଭୁବନେଶ୍ୱର,୮ା୧୧(ବ୍ୟୁରୋ): କରୋନା ମହାମାରୀ ଛଡ଼ାଇନେଇଛି କଳାକାରଙ୍କ ବୃତ୍ତି, ବେଉସା। ପେଟକୁ ଦାନା ମୁଠେ ଯୋଗାଡ଼ କରିବାକୁ ସେମାନେ ବିଭିନ୍ନ ପନ୍ଥା ଆପଣାଉଛନ୍ତି। ନିକଟରେ ବଲିଉଡ୍‌ରେ ଭାଗ୍ୟ ପରୀକ୍ଷା କରୁଥିବା ଜଣେ ସିନେ କଳାକାର ଭୁବନେଶ୍ୱରରେ ପରିବା ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ସେହିଭଳି ଅନ୍ୟ କଳାକାରମାନେ ମଧ୍ୟ ରୋଜଗାରର ଭିନ୍ନ ପନ୍ଥା ଅନ୍ବେଷଣରେ ରହିଛନ୍ତି। ଏପରିସ୍ଥିତିରେ ସବୁଠାରୁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ମଞ୍ଚ କଳାକାର। ଇତିମଧ୍ୟରେ କୋଭିଡ୍‌ ପାଇଁ ମଞ୍ଚ ବନ୍ଦ ହେବାର ଦୀର୍ଘମାସ ବିତିଗଲାଣି। ଧୀରେ ଧୀରେ ସବୁ କ୍ଷେତ୍ର ପୂର୍ବାବସ୍ଥାକୁ ଫେରୁଥିବାବେଳେ ଯାତ୍ରା ଓ ମଞ୍ଚ ନାଟକ ଦୁଆର କିନ୍ତୁ ଏପର୍ଯ୍ୟନ୍ତ ବନ୍ଦ ହୋଇରହିଛି। ଫଳରେ ନାନା ଦୁର୍ଦ୍ଦଶାରେ କାଳାତିପାତ କରୁଥିବା ଯାତ୍ରା କଳାକାରମାନେ ସ୍ବାଭିମାନର ସହ ବଞ୍ଚତ୍ବାକୁ ଏବେ ନିଆରା ପ୍ରୟାସ ଆପଣାଇଛନ୍ତି। ଘରେ ହାତ ତିଆରି ଜିନିଷ ତିଆରି କରି ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି। ମଞ୍ଚରେ ଦର୍ଶକଙ୍କୁ ଅଭିନୟ ଯାଦୁରେ ବାନ୍ଧି ରଖୁଥିବା କଳାକାରଙ୍କ ଦ୍ୱାରା ପ୍ରସ୍ତୁତ ଦେଶୀ ସାମଗ୍ରୀ ଲୋକଙ୍କ ମନ ଜିଣୁଛି।

କରୋନାର ଏହି ସଂକଟଜନକ ସ୍ଥିତିରେ କଳାକାରଙ୍କୁ ରୋଜଗାର ଦେବାକୁ ଯାତ୍ରା କଳାକାର କର୍ମଚାରୀ ସଂଘ ଅଣ୍ଟା ଭିଡିଛି। ଯୁବ କଳାକାରଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଘରେ ବସି ନ ରହି କିଛି ନା କିଛି ରୋଜଗାର କରୁଛନ୍ତି। ଗତ ଏକମାସ ହେଲା ନିଜ ଘରେ ହିଁ ହାତ ତିଆରି ସୋରିଷ ତେଲ, ଫିନାଇଲ୍‌, ବିରି ବଡି, ଧୂପକାଠି ଆଦି ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି। ‘ଜେକେ-୨’ ବ୍ରାଣ୍ଡ୍‌ ନାମରେ ଏସବୁ ସାମଗ୍ରୀକୁ ଘରେ ଘରେ ପହଞ୍ଚାଉଛନ୍ତି।ଫଳରେ ଧୀରେ ଧୀରେ ଏହି ବ୍ରାଣ୍ଡ୍‌ ଲୋକପ୍ରିୟ ହେବାରେ ଲାଗିଛି।

ଏନେଇ ସଂଘ ପକ୍ଷରୁ କୁହାଯାଇଛି, ଲକ୍‌ଡାଉନ୍‌ ଯୋଗୁ ସବୁ ଆଶା ଅଧାରେ ରହିଯାଇଥିଲା। ସବୁକିଛି ଖୋଲିଯିବା ପରେ ପୂର୍ବାବସ୍ଥା ଫେରିଆସିବ ବୋଲି ଭାବିଥିଲୁ। ହେଲେ ଯାତ୍ରା କଳାକାରଙ୍କ ଭାଗ୍ୟରେ କିନ୍ତୁ ତାଲା ପଡିଯାଇଛି। ନିରୁପାୟ ହୋଇ ଏବେ ହାତତିଆରି ଦେଶୀ ସାମଗ୍ରୀ ବିକ୍ରି କରୁଛନ୍ତି। ରୋଜଗାରର କୌଣସି ପନ୍ଥା ନ ଥିବାରୁ ବାଧ୍ୟ ହୋଇ ଏହି ରାହା ଆପଣାଇଛନ୍ତି। ପରିସ୍ଥିିତି ସୁଧୁରିଲା ପର୍ଯ୍ୟନ୍ତ ପେଟପାଟଣା ପାଇଁ ଏମିତି ପ୍ରୟାସ ଜାରିରହିବ। ବର୍ତ୍ତମାନ ସମ୍ପୂର୍ଣ୍ଣ ଦେଶୀ ସାମଗ୍ରୀ ବିକ୍ରି କରୁଛୁ। ଆଗକୁ ହଳଦୀ, ବେସନଠାରୁ ଆରମ୍ଭ କରି ଲୁଗାପଟା ମଧ୍ୟ ବିକ୍ରି କରିବାର ଯୋଜନା ରହିଛି। କୋଭିଡ୍‌ ଯୋଗୁ ରାଜ୍ୟରେ ପ୍ରାୟ ୧୦ହଜାର ଯାତ୍ରା କଳାକାର ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ବିଶେଷକରି ଛୋଟ ଛୋଟ କଳାକାର ଓ କର୍ମଚାରୀମାନେ ଅଧିକ ସମସ୍ୟା ଭୋଗୁଛନ୍ତି। ସେହି କର୍ମଚାରୀମାନଙ୍କୁ ସାହାଯ୍ୟ କରିବା ପାଇଁ ଏଭଳି ପ୍ରୟାସ କରାଯାଉଛି ବୋଲି ସଂଘ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ କାଲିଠୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ: ରାଜ୍ୟ ସରକାରଙ୍କ ଘୋଷଣା

ଭୁବନେଶ୍ୱର, ୨୨।୪: ରାଜ୍ୟରେ ଆରମ୍ଭ ହୋଇଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବୁଧବାରଠାରୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ କରିବାକୁ ଓଡିଶା ସରକାର...

ବିଶ୍ବ ଧରିତ୍ରୀ ଦିବସ ପାଳିତ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଶିଳ୍ପ ତାଲିମ କେନ୍ଦ୍ର ରେ ମଙ୍ଗଳବାର ବିଶ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ଏଥିରେ ପରିବେଶବିତ୍ ଶୁଳପାଣି ଶତପଥି...

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ ଦାବି

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ବିଶ୍ବହିନ୍ଦୁ ପରିଷଦ ଓଡ଼ିଶା ପ୍ରଦେଶର ଆହ୍ବାନକ୍ରମେ ବିଶ୍ବହିନ୍ଦୁ ପରିଷଦ ଭଞ୍ଜନଗର ଶାଖା ପକ୍ଷରୁ ମଙ୍ଗଳବାର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଭଞ୍ଜନଗର ଉପଜିଲାପାଳ...

ପହଲଗାମ୍‌ରେ ଆତଙ୍କୀ ହମ୍‌ଲା: ଓଡ଼ିଆ ଯୁବକ ମୃତ

ନୂଆଦିଲ୍ଲୀ,୨୨।୪: ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲାର ପହଲଗାମ୍‌ରେ ମଙ୍ଗଳବାର ଆତଙ୍କବାଦୀଙ୍କ ଆକ୍ରମଣରେ ଓଡ଼ିଶାର ପ୍ରଶାନ୍ତ ଶତପଥୀ ନାମକ ଯୁବକ ମୃତ୍ୟୁ ବରଣ କରିଛନ୍ତି। ସେ ପତ୍ନୀ ପ୍ରିୟଦର୍ଶିନୀଙ୍କ...

ହାତ ଗୋଡ଼ ବନ୍ଧା ଅବସ୍ଥାରେ ପୋଖରୀରୁ ମିଳିଲା ବୃଦ୍ଧାଙ୍କ ମୃତଦେହ, ହତ୍ୟା ସନ୍ଦେହ

ନୂଆପଡ଼ା/କୋମନା,୨୨ା୪ (ମକାରୁ ବେମାଲ/ସୋବିନ ଛତ୍ରିଆ): ନୂଆପଡ଼ା ଜିଲା କୋମନା ଥାନା ଟିକ୍ରାପଡ଼ା ଗାଁ ବଡ଼ବନ୍ଧ ପୋଖରୀରୁ ମଙ୍ଗଳବାର ପୋଲିସ ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଜବତ...

ଛାଉଣୀ ନଥିବାରୁ ପ୍ରତିବାଦ: ପେଟ୍ରୋଲ ପମ୍ପକୁ ବନ୍ଦ କଲା ନାଗରିକ ମଞ୍ଚ

ବରଗଡ଼, ୨୨।୪(ପ୍ରେମାନନ୍ଦ ଖମାରୀ) : ବରଗଡ଼ ଜିଲାରେ ତାତି ବଢି ଚାଲିଛି। ଏଥିରେ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି। କିନ୍ତୁ ଏଭଳି ସ୍ଥିତିରେ ବରଗଡ଼ ସହରର...

ଅଷ୍ଟ୍ରେଲିଆର ଏହି ପୂର୍ବତନ ଟେଷ୍ଟ କ୍ରିକେଟରଙ୍କୁ ୪ ବର୍ଷ କାରାଦଣ୍ଡ

ମେଲବୋର୍ନ,୨୨ା୪: ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ କ୍ରିକେଟର ମାଇକେଲ ସ୍ଲାଟରଙ୍କୁ ୪ ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। କିନ୍ତୁ ପୋଲିସ ହେପାଜତରେ ଏକ ବର୍ଷରୁ ଊର୍ଦ୍ଧ୍ୱ...

ବିଷ୍ଣୁମୁଣ୍ଡା ମନୋଜ ନାଏକଙ୍କ ହତ୍ୟା ମାମଲା: ଭୁବନେଶ୍ବରରୁ ଅଭିଯୁକ୍ତ ଗିରଫ

ବଲାଙ୍ଗୀର,୨୨।୪: ବଲାଙ୍ଗୀର ସହର ବିଷ୍ଣୁମୁଣ୍ଡା ମନୋଜ ନାଏକ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଭୁବନେଶ୍ବରରୁ ପୋଲିସ ଗିରଫ କରିଛି। ମଙ୍ଗଳବାର ବଲାଙ୍ଗୀର ଟାଉନ ଥାନା ଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image