Categories: ଖେଳ

ଭାରତୀୟ ମହିଳା ଫୁଟବଲ ଦଳରେ ଜବାମଣୀ, ପ୍ୟାରୀ

ଭୁବନେଶ୍ୱର, ୨୩।୩(କ୍ରୀଡ଼ା ପ୍ରତିନିଧି)-ଆଗାମୀ ଏଏଫସି ମହିଳା ଏସିଆନ କପ୍‌ ୨୦୨୨ ପାଇଁ ପ୍ରସ୍ତୁତି ସ୍ବରୂପ ଭାରତୀୟ ମହିଳା ଫୁଟବଲ ଦଳ ଉଜବେକିସ୍ତାନ ବିପକ୍ଷରେ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ। ଏହା ମାର୍ଚ୍ଚ ୨୬ରୁ ଏପ୍ରିଲ ୮ ମଧ୍ୟରେ ଅନୁଷ୍ଠିତ ହେବ। ଏଥିପାଇଁ ଘୋଷିତ ଭାରତୀୟ ଦଳରେ ୨ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଜବାମଣୀ ଟୁଡୁ ଓ ପ୍ୟାରୀ ଖାଖା। ଏ ଦୁଇ ଖେଳାଳି ପୂର୍ବରୁ ଅନେକଥର ଭାରତୀୟ ଦଳର ସଦସ୍ୟ ରହି ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି। ତେଣୁ ଏଥର ମଧ୍ୟ ସଫଳ ହେବା ଆଶା କରାଯାଉଛି। ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ସମ୍ପାଦକ ଆଶୀର୍ବାଦ ବେହେରା ଏବଂ ଅନ୍ୟ ସଦସ୍ୟମାନେ ଏ ଦୁଇ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share