ମାଲକାନଗିରି,୨୯ା୧: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବସ୍ତର ଜିଲା ସେଡବା ସିଆର୍ପିଏଫ୍ କ୍ୟାମ୍ପରେ ୨୪୧ ବାଟାଲିୟନର ଜଣେ ଯବାନ ଅନ୍ୟ ଦୁଇ ଯବାନଙ୍କୁ ଗୁଳିକରି ନିଜକୁ ଗୁଳି କରିଥିବା ଜଣାପଡିଛି। ଏଥିରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତ ଯବାନ ଜଣକ ହେଲେ ପ୍ରମୋଦ କୁମାର ସୁରି। ଗୁରୁତର ୨ ଯବାନ ହେଲେ ଗିରୀଶ କୁମାର ଓ ସନ୍ତୋଷ ବାଚମ୍। ସନ୍ତୋଷ ସହଯୋଗୀ ଯବାନଙ୍କଠାରୁ ବନ୍ଧୁକ ଛଡାଇ ନେଇ ନିଜକୁ ଗୁଳି କରିବା ସହ ଅନ୍ୟ ୨ଜଣଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁରୁତର ଯବାନ ଗିରୀଶ ଓ ସନ୍ତୋଷଙ୍କୁ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ ରାୟପୁର ପଠାଯାଇଛି।