ମାଲକାନଗିରି,୩।୧୧(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲାରେ ଗୁରୁବାର ଜଣେ ଯବାନ ନିଜ ରାଇଫଲରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ସେ ହେଲେ କୋହକାମେଟା ପୋଲିସ ଷ୍ଟେସନରେ କାର୍ଯ୍ୟରତ ହେଡ କନଷ୍ଟେବଳ ଅରୁଣ ଉଇକେ। ସେ ଧମତାରୀ ଜିଲାର ସିହାୱା ନିବାସୀ ବୋଲି ଜଣାପଡିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ନାରାୟଣପୁର ଜିଲା ଡାକ୍ତରଖାନାକୁ ପଠାଇଛି। ତେବେ ସେ କେଉଁ କାରଣରୁ ଏଭଳି ପଦକ୍ଷେପ ନେଇଛନ୍ତି ତାହା ଜଣାପଡ଼ି ନାହିଁ।