Categories: ଜାତୀୟ

ମଣିପୁରରେ ଯବାନଙ୍କୁ ଅପହରଣ କରି ହତ୍ୟା

ଇମ୍ଫାଲ,୧୮ା୯: ମଣିପୁରର ଇମ୍ଫାଲ ଇଷ୍ଟ ଜିଲା ଅନ୍ତର୍ଗତ ଖୁନିଙ୍ଗ୍‌ଥେକ୍‌ ଗ୍ରାମରୁ ରବିବାର ଜଣେ ଯବାନଙ୍କ ମୃତଦେହ ମିଳିଛି। ମୃତ ଯବାନ ହେଉଛନ୍ତି ସିପାହି ସେର୍ଟୋ ଥାଙ୍ଗ୍‌ଥାଙ୍ଗ୍‌ କୋମ୍‌। ସେ କୋମ୍‌ ଜିଲାର ଲେଇମାଖୋଙ୍ଗରେ ସେନାର ଡିଫେନ୍ସ ସିକ୍ୟୁରିଟି କର୍ପସ (ଡିଏସ୍‌ସି) ପ୍ଲାଟୁନ୍‌ରେ ନିୟୋଜିତ ଥିଲେ। ତାଙ୍କ ଘର ଇମ୍ଫାଲ ଓ୍ବେଷ୍ଟର ଟାରୁଙ୍ଗ୍‌ରେ। ଛୁଟିରେ ଥିବା ସିପାହି କୋମ୍‌ଙ୍କୁ ଶନିବାର ସକାଳ ୧୦ଟାରେ ୩ଜଣ ଅଜଣା ସଶସ୍ତ୍ର ବ୍ୟକ୍ତି ତାଙ୍କ ଘରୁ ଅପହରଣ କରିନେଇଥିଲେ।

Share