ଯବାନଙ୍କୁ ଅପହରଣ ପରେ ହତ୍ୟା

ମାଲକାନଗିରି, ୨୧ା୩ : ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀମାନେ ଜଣେ ଯବାନଙ୍କୁ ହତ୍ୟା କରିଛନ୍ତି। ମାଓବାଦୀମାନେ ତାଙ୍କୁ ଅପହରଣ ପରେ ଗୁଳିକରି ହତ୍ୟା କରିଥିବା ଜଣାପଡିଛି। ମୃତ ଯବାନ ଜଣକ ହେଲେ ସୋନୁ ପୁନମ୍‌। ସେ ଡିଆର୍‌ଜିରେ କାର୍ଯ୍ୟ କରୁଥିଲେ। ପୁନମ୍‌ ଶନିବାର ରାତିରେ ବାଇକ୍‌ ଯୋଗେ ଶ୍ବଶୁର ଘରକୁ ଯାଉଥିବା ବେଳେ ମାଓବାଦୀମାନେ ତାଙ୍କୁ ପୋନ୍ଦୁମ ଜଙ୍ଗଲ ରାସ୍ତାରୁ ଅପହରଣ କରିନେଇଥିଲେ। ରବିବାର ସକାଳେ କେସକୁତୁଲ ଜଙ୍ଗଲରୁ ତାଙ୍କ ମୃତଦେହ ମିଳିଥିବା ବିଜାପୁର ଏସ୍‌ପି କମଲ ଲୋଚନ କାଶ୍ୟପ ସୂଚନା ଦେଇଛନ୍ତି।

Share