ଯବାନ- ମାଓବାଦୀ ଗୁଳି ବିନିମୟ: ମାଓବାଦୀ ଦାସ୍ରୁ ନିହତ

ଫୁଲବାଣୀ,୪।୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ବାଲିଗଡ଼ା ସୁଡ୍ରା ଅଞ୍ଚଳରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୁଳିକାଣ୍ଡରେ କ୍ୟାଡର ମୋଷ୍ଟୱାଣ୍ଟେଡ ମାଓବାଦୀ ନେତା ଦାସ୍ରୁ ନିହତ ହୋଇଛନ୍ତି। ଏହି ଘଟଣାରେ ଜଣେ ଡିଭିଏଫ୍‌ ଯବାନ ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଦକ୍ଷିଣଞ୍ଚଳ ଡିଆଇଜି ଜୟନାରାୟଣ ପଙ୍କଜ ରବିବାର କନ୍ଧମାଳ ଆସି ଘଟଣା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି।

ମାଓବାଦୀ ଦାସ୍ରୁଙ୍କ ମୃତଦେହ ଫୁଲବାଣୀ ରିଜର୍ଭ ପୋଲିସ ଅଫିସକୁ ଅଣାଯାଇ ରଖାଯାଇଛି। ଦକ୍ଷିଣାଞ୍ଚଳ ଡିଆଇଜି ଜୟ ନାରାୟଣ ପଙ୍କଜ ଫୁଲବାଣୀରେ ପହଞ୍ଚି ଘଟଣାର ତଦନ୍ତ କରି କନ୍ଧମାଳ ଏସ୍‌ପିଙ୍କ ସହ ଆଲୋଚନା କରିଥିଲେ। ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟି ବାଲିଗୁଡା ଥାନା ଅନ୍ତର୍ଗତ କାକେରକୂପା ଗାଁକୁ ମାଓବାଦୀ ଆସି ଆସନ୍ତା ନିର୍ବାଚନକୁ ବିରୋଧ କରିବାକୁ ଗ୍ରାମବାସୀଙ୍କୁ ବାଧ୍ୟ କରୁଥିଲେ। ଏହି ଖବର ପାଇ ଏସ୍‌ଓଜି ଏବଂ ଡିିଭିଏଫ୍‌ ପକ୍ଷରୁ ଅଞ୍ଚଳରେ କୋମ୍ବିଂ ଅପରେଶନ ଆରମ୍ଭ ହୋଇଥିଲା। ସେତିକିବେଳେ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି। ହେଲେ ପାଲଟା ଜବାବରେ ମାଓବାଦୀ ନେତା ଦାସ୍ରୁଙ୍କ ମୃତ୍ୟୁ ଘଟିଥିବା ଡିଆଇଜି କହିଛନ୍ତି।

ଏଭଳିସ୍ଥିତିରେ ମାଓବାଦୀମାନେ ଯବାନଙ୍କ ସାମ୍ନା କରି ନ ପାରି ଛତ୍ରଭଙ୍ଗ ଦେଇଥିଲେ। ପରେ ଯବାନଙ୍କ କୋମ୍ବିଂ ଅପରେଶନ ବେଳେ କିଛି ମାଓବାଦୀସାମଗ୍ରୀ ସହ ଏକ ଥ୍ରୀ ନଟ ଥ୍ରୀ ବନ୍ଧୁକ ଜବତ କରାଯାଇଥିଲା।

ଅନ୍ୟପକ୍ଷେ ମୃତ ମାଓବାଦୀ ଦାସ୍ରୁ କେକେସିଏନ୍‌ ଡିଭିଜନର ନେତା ସହ ଡିଭିସିଏମ୍‌ ଭାବେ କାର୍ଯ୍ୟ କରୁଥିଲେ। ଦାସ୍ରୁଙ୍କ ନାଁରେ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ସେ କନ୍ଧମାଳ ଏବଂ ବୌଦ୍ଧ ଜିଲାରେ ମାଓବାଦୀ କାର୍ଯ୍ୟକଳାପରେ ସକ୍ରିୟ ଥିଲେ। ତାଙ୍କ ନାଁରେ ବିଭିନ୍ନ ଥାନାରେ ୨୨ଟି ମାମଲା ରହିଥିଲା। ସେଥିମଧ୍ୟରୁ ୨୦୧୯ ନିର୍ବାଚନ ବେଳେ କନ୍ଧମାଳ ଜିଲା ଲୁଇସିଂ ଜିଆରଏସ୍‌ ସଂଯୁକ୍ତା ଡିଗାଲ ହତ୍ୟା ମାମଲାରେ ସାମିଲ ଥିଲେ। ସେହିପରି ରବୀନ୍ଦ୍ର ମଳିକ, ଭବାନୀ ଶଙ୍କର ପାତ୍ର, ହେମନ୍ତ ପାତ୍ର, କୈଳାଶ ଡିଗାଲ, ନୀଳକଣ୍ଠ ମଲ୍ଲିକ ଓ ସୁବଳ କଂହର ହତ୍ୟା କାଣ୍ଡରେ ମଧ୍ୟ ଦାସ୍ରୁ ସାମିଲ ଥିବା ଡିଆଇଜି ପଙ୍କଜ ଏବଂ ଏସ୍‌ପି ଶୁଭେନ୍ଦୁ ପାତ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପ-ପୁଅଙ୍କୁ ଏସିଡ୍‌ ମାଡ: ସ୍ବାସ୍ଥ୍ୟାବସ୍ଥା ଗୁରୁତର

ତୁମୁଡିବନ୍ଧ(ଦୀପକ କୁମା ପରାସେଠ): ବାପା ପୁଅଙ୍କୁ ଘରେ ଶୋଇଥିବା ସମୟରେ ଏସିଡ ମାଡ଼। ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ଦୁର୍ବୁତ୍ତ ଘରେ ପଶି ଏସିଡ...

ରେଳ କର୍ମଚାରୀଙ୍କ ଘରେ ପଶିଲେ ଲୁଟେରା: ହାତଗୋଡ଼ ବାନ୍ଧି ସବୁ ଲୁଟିନେଲେ

ରାଉରକେଲା,୧୯।୧୦(ସଂଗୀତା ଜେନା): ରାଉରକେଲା ବନ୍ଧମୁଣ୍ଡାରେ ବଡ଼ ଧରଣର ଡକାୟତି ହୋଇଛି। ଫିଲ୍ମ ଷ୍ଟାଇଲରେ ଏହି ଡକାୟତି ହୋଇଥିବା ଜଣାପଡିଛି। ଶୁକ୍ରବାର ବିଳମ୍ବିତ ରାତିରେ ମାରଣାସ୍ତ୍ର ଦେଖାଇ...

୩ଶହ ସ୍କୁଲରେ ପାଠପଢ଼ା ବନ୍ଦ: ଜିଲାଭିତ୍ତିକ ନିଯୁକ୍ତିକୁ ସମର୍ଥନ କରି ପିଲାଙ୍କୁ ସ୍କୁଲ ପଠାଇଲେନି ଅଭିଭାବକ

ନବରଙ୍ଗପୁର, ୧୮/୧୦(ସଦାଶିବ ପ୍ରହରାଜ): ଜିଲାଭିତ୍ତିକ ନିଯୁକ୍ତିକୁ ସମର୍ଥନ କରି ପିଲାଙ୍କୁ ସ୍କୁଲ ଯିବାକୁ ବାରଣ କଲେ ଅଭିଭାବକ। ପ୍ରଥମେ ଅବିଭକ୍ତ କୋରାପୁଟ ଜିଲାକୁ ବନ୍ଦ ଡାକରା...

୫ଜି କଭରେଜ୍‌ରେ ଜିଓ ଶ୍ରେଷ୍ଠ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):୫ଜି କଭରେଜ୍‌ ଉପଲବ୍ଧତା ଏବଂ ଡାଉନଲୋଡ୍‌ ସ୍ପିଡ୍‌ ଅନୁଭୂତି ପ୍ରଦାନ କରିବାରେ ରିଲାଏନ୍ସ ଜିଓ ସର୍ବାଗ୍ରେ ରହିଛି। ବିଶ୍ୱର ଅନ୍ୟତମ ପ୍ରମୁଖ ମାନକ ବିଶ୍ଳେଷଣ...

୨୦ରୁ ସି. କେ. ନାଇଡୁ ଟ୍ରଫି:ବରଗଡ଼ରେ ଓଡ଼ିଶା ଏବଂ ମହାରାଷ୍ଟ୍ର ଦଳ

ବରଗଡ଼,୧୯।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଆସନ୍ତା ୨୦ରୁ ୨୩ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଏବଂ ମହାରାଷ୍ଟ୍ର ମଧ୍ୟରେ ୨୩ବର୍ଷରୁ କମ୍‌ ସି. କେ. ନାଇଡୁ କ୍ରିକେଟ...

ଅଢ଼େଇ ମାସ ପରେ ବରଗଡ଼ ଧନୁଯାତ୍ରା:କଂସ ଅଭିନେତାଙ୍କ ବିରୋଧରେ ବଢୁଛି ବିତର୍କ

ବରଗଡ଼,୧୯।୧୦(ପ୍ରେମାନନ୍ଦ ଖମାରୀ):ଆଉ ଅଢ଼େଇ ମାସ ପରେ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଶନିବାର ସନ୍ଧ୍ୟାରେ ଧନୁଯାତ୍ରା ମହୋତ୍ସବ ସମିତି କାର୍ଯ୍ୟକାରିଣୀ ବୈଠକ ବସିବ। କିନ୍ତୁ ଏହା ପୂର୍ବରୁ...

ଶ୍ରୀମନ୍ଦିର ସେବାୟତଙ୍କୁ ଆକ୍ରମଣ ଘଟଣା: ପନ୍ତିବଡ଼ୁ ସେବକ ନିଲମ୍ବିତ

ପୁରୀ,୧୯।୧୦: ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ସିନିଅର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହି...

ରାଜନୈତିକ ଶତ୍ରୁତାରୁ ବୋମାମାଡ଼ ଅଭିଯୋଗ: ଦୁର୍ବୃତ୍ତ ଫେରାର

ଖଲ୍ଲିକୋଟ,୧୯।୧୦(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଛକରେ ଥିବା ମୃତ ଦିଲ୍ଲୀପ ପାହାନଙ୍କ ଶ୍ରୀ ରାମ ଟାଇଲସ ଓ ମାର୍ବଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri