ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କଲେ ଯବାନ

ସଇଁତଲା,୨୬।୨: ବଲାଙ୍ଗୀର ଜିଲା ସଇଁତଲା ବ୍ଳକ ବଡ଼ମାଳ ଗୋଳାବାରୁଦ କାରଖାନାରେ ଜଣେ ସୁରକ୍ଷା କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ସମ୍ପୃକ୍ତ ସୁରକ୍ଷାକର୍ମୀଙ୍କ ସର୍ଭିସ ବନ୍ଧୁକରୁ ୫ ରାଉଣ୍ଡ ଗୁଳି ଫୁଟିଥିବା ଓ ସେ ଆତ୍ମହତ୍ୟା କରିଥିବା କୁହାଯାଉଥିଲେ ମଧ୍ୟ ପୋଲିସ ପକ୍ଷରୁ ସବିଶେଷ ସୂଚନା ଦିଆଯାଇନାହିଁ। ମୃତ ସୁରକ୍ଷା କର୍ମୀଙ୍କ ନାମ ଲଳିତ ରାଏ। ତାଙ୍କ ଘର ଦାର୍ଜିଲିଂରେ। ଯବାନ ରାଏ ୪୭ନଂ ବେଷ୍ଟନରେ ଡ୍ୟୁଟି କରୁଥିଲେ। ହଠାତ ସେ ସର୍ଭିସ ବନ୍ଧୁକରୁ ନିଜ ଉପରକୁ ଗୁଳି ଚଳାଇଥିଲେ। ବଡ଼ମାଳ ପୋଲିସ ମୃତଦେହ ଜବତ କରିଛି। ପୋଲିସ ଘଟଣାର ତଦନ୍ତ ଜାରି ରହିଛି ବୋଲି ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି।

Share