ଲଭ ଲେଟର ଲେଖିବାରେ ଓସ୍ତାଦ ଥିଲେ ଜାଭେଦ ଅଖତର

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତର ଆଜି ୭୭ ବର୍ଷରେ ପାଦ ରଖିଛନ୍ତି । ମଧ୍ୟପ୍ରଦେଶର ଗ୍ୱାଲିୟରେ ଜନ୍ମ ନେଇଥିବା ଜାଭେଦ ଆଜି ବଲିଉଡ ଇଣ୍ଡଷ୍ଟ୍ରିରେ ଜଣେ ନାମୀ ଗୀତିକାର । ୧୭ ଜାନୁୟାରୀ ୧୯୪୫ରେ ଜନ୍ମ ନେଇଥିବା ଜାଭେଦ ପିଲାଦିନୁ ଲେଖାଲେଖିରେ ବେଶ ପାରଙ୍ଗମ ଥିଲେ । ସ୍କୁଲରେ ପଢିବା ସମୟରେ ଅନେକ ଲୋକ ତାଙ୍କଠାରୁ ଲଭ ଲେଟର ଲେଖୁଥିବା ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି । ଏମିତିକ ଯେଉଁମାନଙ୍କୁ ସେ ଜାଣନ୍ତି ନାହିଁ ସେମାନଙ୍କ୍ ପାଇଁ ବି ସେ ଲଭ ଲେଟର ଲେଖୁଥିଲେ । ଲଭ ଲେଟର ଲେଖିବାରେ ଜାଭେଦଙ୍କର ଖୁବ୍ ଡିମାଣ୍ଡ ଥିଲା । ପ୍ରଥମେ ବଲିଉଡରେ ଏଣ୍ଟ୍ରି କରିବାକୁ ସେ ଖୁବ୍ ଷ୍ଟ୍ରଗଲ କରିଥିଲେ । ଏହାପରେ ସଲିମ ଜାଭେଦଙ୍କ ଯୋଡି ମିଶି ଆଗକୁ ବଢିବାକୁ ଚେଷ୍ଟା କରିଥିଲେ । ପାଖାପାଖି ୨୪ଟି ଫିଲ୍ମର ସ୍କ୍ରିଟ ଲେଖିଥିଲେ ଏହି ଯୋଡି । ଏଥି ମଧ୍ୟରୁ ପ୍ରଥମ ୪ଟି ଫିଲ୍ମ ସୁପର ଫ୍ଲପ ହେବା ପରେ ବାକି ଗୁଡିକ କିନ୍ତୁ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ମନୋରଞ୍ଜନ ଦୁନିଆରେ ପାଦ ଦେବା ପରେ ଫିଲ୍ମ ‘ସୀତା ଔର ଗୀତା’ ଚଳଚ୍ଚିତ୍ରରେ କାମ କରିବା ସମୟରେ ହନି ଇରନୀଙ୍କୁ ପ୍ରେମ କରି ବସିଥିଲେ ଜାଭଦେ । ଏହାପରେ ହନିଙ୍କ ସହ ସେ ସଂସାର ବି ଗଢିଥିଲେ । ହନି ପ୍ରଥମେ ଝିଅ ଜୋୟା ଓ ପରେ ପୁଅ ଫରହାନଙ୍କ ମାତା ବନିଯାଇଥିଲେ । କିନ୍ତୁ ଏହାପରେ ବଲିଉଡ ଅଭିନେତ୍ରୀ ସବାନାଙ୍କ ପ୍ରେମରେ ପଡିଥିଲେ ଜାଭେଦ । ଆଉ ଶେଷରେ ହନିଙ୍କଠାରୁ ଅଲଗା ହୋଇ ଏବେ ସବାନା ଆଜମୀଙ୍କ ସହ ଖୁସିରେ ସଂସାର କରିଛନ୍ତି ଜାଭେଦ ଖତର ।

Share