ପୁଅର ଫିଲ୍ମ ଦେଖି କାନ୍ଦି ପକାଇଥିଲେ ଜାଭେଦ୍‌ ଅଖତର…

ମୁମ୍ବାଇ,୧୭।୧: ଗୀତିକାର ଜାଭେଦ୍‌ ଅଖତର୍‌ଙ୍କୁ ରବିବାର ୭୬ ବର୍ଷ ପୂରଣ ହୋଇଛି। ସେ ୭୭ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୪୫ ଜାନୁୟାରୀ ୧୭ରେ ଗ୍ବାଲିୟରଠାରେ ଜନ୍ମଗ୍ରହଣ କରିଥିଲେ। ଜୀବନର ପ୍ରାଥମିକ ପର୍ଯ୍ୟାୟରେ ଜାଭେଦ୍‌ଙ୍କୁ ଅନେକ ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପରେ ସେ ଇଣ୍ଡଷ୍ଟ୍ରିରେ ସଫଳ ହୋଇଥିଲେ। ତାଙ୍କ ପୁଅ ଫରହାନ୍‌ ଅଖତରଙ୍କ ଫିଲ୍ମ ଭାଗ୍‌ ମିଲ୍‌ଖା ଭାଗ୍‌ ଦେଖି ସେ ଜୋର୍‌ରେ କାନ୍ଦି ଉଠିଥିଲେ। ୧୯୬୫ଠାରୁ ଜାଭେଦ୍‌ ଅଖତର ଆରମ୍ଭ କରିଥିଲେ ସଂଘର୍ଷ ଯାତ୍ରା। ଥରେ ଜଣେ ଫିଲ୍ମ ନିର୍ମାତାଙ୍କୁ ଜାଭେଦ୍‌ଙ୍କ ସ୍କ୍ରିଫ୍ଟ୍‌ ପସନ୍ଦ ଆସି ନ ଥିଲା। ସେ ବିରକ୍ତ ହୋଇ ଜାଭେଦ୍‌ଙ୍କ ମୁହଁକୁ ଏହି ସ୍କ୍ରିଫ୍ଟ ଫୋପାଡ଼ି ଦେଇଥିଲେ। ଏହା ଜାଭେଦ୍‌ଙ୍କୁ ଆଘାତ ଦେଇଥିଲା। ପରେ ସେ ବଲିଉଡ୍‌ରେ ସଫଳ ହୋଇଥିଲେ।

Share