ଜୟ ସୀୟା ରାମ ନାରା ଲଗାଇଲେ ଜାଭେଦ ଅଖତର

ମୁମ୍ବାଇ,୧୦।୧୧: ବଲିଉଡର ଭେଟେରାନ ଗୀତିକାର ଜାଭେଦ ଅଖତର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଗୀତିକାର ପ୍ରଭୁ ରାମ ଏବଂ ସୀତାଙ୍କ ଉପରେ ନିଜର ମତ ପ୍ରକାଶ କରିଛନ୍ତି। ରାମ ଏବଂ ସୀତା କେବଳ ଭଗବାନ ନୁହଁନ୍ତି ଭାରତର ସାଂସ୍କୃତିକ ଐତିହ୍ୟ ମଧ୍ୟ ବୋଲି ସେ କହିଛନ୍ତି।
ଏକ ଦୀପାବଳି କାର୍ଯ୍ୟକ୍ରମରେ ଜାଭେଦ ଅଖତର କହିଛନ୍ତି ଯେ, ଭଗବାନ ରାମ ଏବଂ ସୀତା କେବଳ ହିନ୍ଦୁ ଦେବତା ନୁହଁନ୍ତି ବରଂ ଏହାକୁ ଭାରତର ସାଂସ୍କୃତିକ ଐତିହ୍ୟ କୁହାଯାଇପାରେ। ସେ ରାମ ଏବଂ ସୀତା ଦେଶରେ ଜନ୍ମ ହୋଇଥିବାରୁ ମୁଁ ଗର୍ବିତ। ଯଦିଓ ମୁଁ ଜଣେ ନାସ୍ତିକ, ତଥାପି ମୁଁ ରାମ ଏବଂ ସୀତାଙ୍କୁ ଏହି ଦେଶର ସମ୍ପତ୍ତି ଭାବରେ ବିବେଚନା କରେ, ସେଥିପାଇଁ ମୁଁ ଏଠାକୁ ଆସିଛି।
ଏହି ଅବସରରେ ସେ ଜୟ ସୀୟା ରାମ ନାରା ଲଗାଇଥିଲେ। ଏହାସହ ଲୋକଙ୍କୁ ଜୟ ସୀୟା ରାମ ୩ଥର କହିବାକୁ ନିର୍ଦ୍ଦେଶ ଦେଇଥିଲେ।

Share