ଜାଭେଦ ଅଖତର, ନସିରୁଦ୍ଦିନ ଶାହାଙ୍କ ସମେତ ୫୦ରୁ ଅଧିକ କଲେ ତାଲିବାନ ନିଷ୍ପତ୍ତିର ନିନ୍ଦା

ମୁମ୍ବାଇ,୨୪ ।୧୨: ଆଫଗାନିସ୍ତାନରେ ତାଲିବାନ ସରକାରଙ୍କ ପକ୍ଷରୁ ମହିଳାଙ୍କୁ ବିଶ୍ୱବିଦ୍ୟାଳୟ ଯିବାକୁ ବାରଣ କରାଯାଉଥିବା ନିଷ୍ପତ୍ତିକୁ ସାରା ବିଶ୍ୱରେ ବିରୋଧ କରାଯିବା ସହ ନିନ୍ଦା କରାଯାଉଛି । ଏହାକୁ ନେଇ ଭାରତରେ ବି ସ୍ୱର ଉତ୍ତୋଳନ କରାଗଲାଣି । ଏହି କ୍ରମରେ ରାଜ୍ୟ ସଭାର ପୂର୍ବତନ ସଦସ୍ୟ ତଥା ବଲିଉଡ ଗୀତିକାର ଜାଭେଦ ଅଖତର ବଲିଉଡ ଅଭିନେତା ନସିରୁଦ୍ଦିନ ଶାହାଙ୍କ ସମେତ ୫୦ରୁ ଅଧିକ ବ୍ୟକ୍ତି ବିଶେଷ ତାଲିବାନର ଏହି ନିଷ୍ପତ୍ତିକୁ ଶୁକ୍ରବାର ନିନ୍ଦା କରିଛନ୍ତି । ‘ଇଣ୍ଡିଆନ ମୁସଲିମ ଫର ସେକ୍ୟୁଲାର ଡେମୋକ୍ରେସି’(ଆଇଏମଏସଡି) ପକ୍ଷରୁ ଜାରି କରାଯାଇଥିବା ଏକ ବୟାନରେ କୁହାଯାଇଛି, ଯେଉଁମାନେ କହୁଛନ୍ତି ‘ତାଲିବାନ ୨.୦’ ତା’ର ପୂର୍ବ ଶାସନଠାରୁ ଭିନ୍ନ । ଏବେ ଏହି କଟ୍ଟର ସମ୍ପ୍ରଦାୟକୁ ତାଙ୍କର ନିରନ୍ତର ସମର୍ଥନ ଦେବା ଉପରେ ସ୍ପଷ୍ଟିକରଣ ଦେବା ଜରୁରୀ ରହିଛି ।

Share