ବଲାଙ୍ଗୀର ଅଫିସ,୨୭।୧୨: ବେକରେ ଜାଭେଲିନ ପଶି ଗୁରୁତର ହୋଇଥିବା ସଦାନନ୍ଦ ମେହେର ମଙ୍ଗଳବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ହସ୍ପିଟାଲରୁ ଡିସ୍ଚାର୍ଜ ହେବା ପରେ ସେଦିନ ଘଟିଥିବା ଘଟଣା ସମ୍ପର୍କରେ ସେ କହିଛନ୍ତି।
ସେ କହିଛନ୍ତି, ସେହିଦିନ ଗାର ଉପରେ ଲାଇନ ଅପ ପାଇଁ ଛିଡା ହୋଇଥିବା ବେଳେ, ତାଙ୍କ ହାତଘଣ୍ଟାରୁ ଚାବି ଖସି ପଡିଥିଲା। ଘଣ୍ଟାର ଚାବିକୁ ଉଠାଇବା ପାଇଁ ସେ ନଇଁ ପଡିଥିବା ବେଳେ ଅନ୍ୟପଟେ ଅଭ୍ୟାସ କରୁଥିବା ଜଣେ ସାଙ୍ଗଙ୍କ ହାତରୁ ଜାଭେଲିନ ଖସି ଆସି ସିଧା ତାଙ୍କ ବେକରେ ପଶିଯାଇଥିଲା। ନିଜ ଗଳାରେ ଫଶିରହିଥିବା ଜାଭେଲିନକୁ ସେ ସାହାସର ସହିତ ହାତରେ ଧରି ଅପରେସନ ପାଇଁ ଡାକ୍ତରଖାନାକୁ ଯାଇଥିଲେ। ଡାକ୍ତରଖାନାରେ ଚିକିତ୍ସା ପରେ ଏବେ ସୁସ୍ଥ ଅନୁଭବ କରୁଛନ୍ତି। ଖୁବ୍ ଶୀଘ୍ର ପୁଣି ସ୍କୁଲକୁ ପିଢ଼ିବାକୁ ଯିବେ ବୋଲି ସଦାନନ୍ଦ କହିଛନ୍ତି।
ସୂଚନାଯୋଗ୍ୟ, ୧୭ ତାରିଖ ବଲାଙ୍ଗୀର ଜିଲା ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳର ବାର୍ଷିକ କ୍ରୀଡା ଉତ୍ସବରେ ଏଭଳି ଅଘଟଣ ଘଟିଥିଲା।